କେନ୍ଦ୍ର ସରକାରଙ୍କ ‘ନାରୀ ଶକ୍ତି ବନ୍ଦନ ଅଧୂନିୟମ' ବିଲ୍କୁ କଂଗ୍ରେସ ଓ ଇଣ୍ଡି ମେଣ୍ଡ ବିରୋଧ କରିଥିବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା କୀର୍ମିରା ମଣ୍ଡଳ ପକ୍ଷରୁ ଏକ ବିଶାଳ ‘ଜନ ଆକ୍ରୋଶ ସମାବେଶ' ଅନୁଷ୍ଠିତ ହୋଇଛି l ସ୍ଥାନୀୟ ବଜାର ପଡା ରୁ ହଜାର ହଜାର ମହିଳା ଏକ ପଦଯାତ୍ରାରେ ବାହାରି କୀର୍ମିରା ଗାଁ ପରିକ୍ରମା କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ସେହିପରି ସହର ଉପକଣ୍ଠ ଏଚ କଟାପାଲିରେ ପ୍ରତିବାଦ ସହ କୁଶ ପୁତ୍ତଳିକା ଦାହ କରାଯାଇଛି l ଏଚ କଟାପାଲିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାରସୁଗୁଡା ଗ୍ରାମୀଣ ମଣ୍ଡଳ ସଭାପତି ହେମରଞ୍ଜନ ସିଂହ, ଝାରସୁଗୁଡ଼ା ଗ୍ରାମୀଣ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ବିଳାସିନୀ ସାହୁ, ଜିଲ୍ଲା ସମ୍ପାଦକ ପଦ୍ମିନୀ ପଟେଲ, ବନ୍ଦନା ମୂନ୍ଦ୍ରା,ଗାୟତ୍ରୀ ସିଂହ, ମୀନତି ନାୟକ,ରଜନୀ ତିୱାରୀ, ସନ୍ତୋଷ କୁଆଁର, ସୁଷମା ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି କିର୍ମୀରାରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଲତିକା ସାହୁ, ଜିଲ୍ଲା ଉପ ସଭାପତି ସୌଦାମିନୀ କଲୋ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ନାଏକ, କିର୍ମୀରା ସରପଞ୍ଚ ସନ୍ତୋଷିନୀ ପଟେଲ, ପୂଜା ବେହେରା, ସନ୍ତୋଷିନୀ ମୁଣ୍ଡା, ଫୁଲ ମୁଣ୍ଡା, ଉଦ୍ଧବ ସିଂ ନାଏକ, କିର୍ମୀରା ମଣ୍ଡଳ ପ୍ରଭାରୀ ସନ୍ତୋଷ ଯାଦବ, ଯୁବ ମୋର୍ଚ୍ଚା ସଭାପତି ଯାମିନୀକାନ୍ତ ନାଏକ, କିର୍ମୀରା ସାଧାରଣ ଝସକେତନ ପ୍ରଧାନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମ ସେନ ରାଏ, ସାଧାରଣ ସମ୍ପାଦକ ବାବୁଲାଲ କିଶାନ, ରୂପେଶ ବେହେରା, ନିଳାଞ୍ଚଳ ବେହେରା, ବାବଳି ପଟେଲ ଉପସ୍ଥିତ ଥିଲେ l


0 Comments