ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନଭଲ ଅଗ୍ରୱାଲ, ବରଗଡ଼ ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସରନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) କିଶୋର ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ ଏବଂ ଆୟୋଜକ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଦୂଲଦୁଲି ବାଜାରେ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ରେଲୱେ ସାଂସ୍କୃତିକ ସଂଘ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା। ପରେ ପରେ ରାଇଜ ଅପ ଡାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ ଡ୍ୟାନ୍ସ ପରିବେଷଣ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରର ଲହରଙ୍ଗ ଟିମ କିସାନ ନୃତ୍ୟ ପରିବେଷଣ କରିଥିଲେ। ଉମାକାନ୍ତ ବାରିକ ଏବଂ ସାଥି କଳାକାର ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତିଥି ମାନେ ମେଳାରେ ପଡିଥିବା ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବେହେରାମାଲ ଆଶ୍ରମ ସ୍କୁଲ, ବେଦାନ୍ତ ଟାଉନସିପ୍, ଜଷ୍ଟ କୁଇକ ଷ୍ଟେପ, ଦୁର୍ଗା ଗ୍ରୁପ ଏବଂ ପୁରୁଣା ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ।ଏହି ମେଳା କୁ ସଫଳ କରିବା ପାଇଁ ଜ଼ିଲ୍ଲାପାଳ ଙ୍କ ନେତୃତ୍ୱ ରେ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ନେଇ ବିଭିନ୍ନ ଟିମ ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇ ଏହି 7 ଦିନିଆଁ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରୟାସ କରାଯିବା ସହ ସୁଭଦ୍ରା ମାଆ ମାନଙ୍କ ର ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ପ୍ରୟାସ କରାଯାଇଛି l


0 Comments