୨୧ କେଜି ୨୬ ଗ୍ରାମ ଗଞ୍ଜେଇ ସହ ନଗଦ ୫୪ ହଜାର ଟଙ୍କା ଏବଂ ଦୁଇଟି ବାଇକ୍ କୁ ପୋଲିସ୍ ଜବତ୍ କରିଛି ।
ନିଶା ମୁକ୍ତ ଅଭିଯାନ ଅନ୍ତର୍ଗତ ଅସାମାଜିକ କାର୍ଯ୍ୟକଳାପ , ନିଶାଦ୍ରବ୍ୟ ଏବଂ ନିଶାଦ୍ରବ୍ୟ ବ୍ୟବସାୟୀ, ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପକୁ ନେଇ ପୋଲିସ୍ ସର୍ବଦା ନଜର ରଖିଛି । ଆଉ ଏହି ନିଶା ମୁକ୍ତ ଅଭିଯାନ ଅନ୍ତର୍ଗତ ରେଙ୍ଗାଲି ପୋଲିସ୍ ବେଆଇନ ନିଶାଦ୍ରବ୍ୟ କାର୍ଯ୍ୟକଳାପକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି । ଦୁଇ ଜଣ ସନ୍ଦିଗ୍ଧ ଅଭିଯୁକ୍ତ ମୋଟର ସାଇକେଲ ଜରିଆରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପେଟ୍ରୋଲିଂ କରୁଥିବା ପୋଲିସ୍ ଟିମ୍ ହାତରେ ଧରା ପଡ଼ିଥିଲେ । ଭିକମପାଲି ଘଣ୍ଟେଶ୍ୱରି ମନ୍ଦିର ନିକଟରେ ରେଙ୍ଗାଲି ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ କୁଶ ସା ଏବଂ ଗଣେଶ କିଷାନ ନାମକ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ତାଙ୍କ ପାଖରୁ ୨୧ କେଜି ୨୬ ଗ୍ରାମ ଗଞ୍ଜେଇ ଜବତ୍ କରିଥିଲେ । ଏହା ସହ ଦୁଇଟି ବାଇକ୍, ତିନୋଟି ମୋବାଇଲ୍ ଫୋନ୍ ଏବଂ ନଗଦ ୫୪ ହଜାର ଟଙ୍କା ପୋଲିସ୍ ଜବତ୍ କରିଥିବା ନେଇ ପୋଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।


0 Comments