ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ & ପିଏଚଓ) କାର୍ଯ୍ୟାଳୟର ଜଣେ ସେକ୍ସନ ଅଫିସରଙ୍କୁ ଲାଞ୍ଚ ଗ୍ରହଣ ସମୟରେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନୀତ କୁମାର ଗୁରୁ


 ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ & ପିଏଚଓ) କାର୍ଯ୍ୟାଳୟର ଜଣେ ସେକ୍ସନ ଅଫିସରଙ୍କୁ ଲାଞ୍ଚ ଗ୍ରହଣ ସମୟରେ ଭିଜିଲାନ୍ସ ବିଭାଗ  ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନୀତ କୁମାର ଗୁରୁ।

ସୂଚନାନୁସାରେ, ଜଣେ ଜିଏନଏମ୍‌ (ଜେନେରାଲ୍‌ ନର୍ସିଂ ଏଣ୍ଡ ମିଡ଼ୱାଇଫେରୀ) ଟ୍ରେନିଂ ସ୍କୁଲର ଶିକ୍ଷକଙ୍କଠାରୁ ୨,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଜିଏନଏମ୍‌ ଛାତ୍ରଛାତ୍ରୀମାନଙ୍କୁ ପିଏଚସି ଓ ସିଏଚସି ସ୍ତରରେ ପ୍ରାୟୋଗିକ ପ୍ରଶିକ୍ଷଣ ଦେବା କାମକୁ ସହଜ କରିବା ନାମରେ ଅଭିଯୁକ୍ତ ଅଧିକାରୀ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା।ଏନେଇ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ପୂର୍ବ ଯୋଜନାମୂଳକ ଭାବେ ଭିଜିଲାନ୍ସ ଟିମ୍‌ ଆଜି ଚଢ଼ାଉ କରି ଟଙ୍କା ଗ୍ରହଣ ସମୟରେ ଅଭିଯୁକ୍ତଙ୍କୁ କାବୁ କରିଥିଲା ଏବଂ ଲାଞ୍ଚ ରାଶି ଜବତ କରିଛି।

ଏହି ସମ୍ପର୍କରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବାବେଳେ, ତଦନ୍ତ ଚାଲିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done