ଝାରସୁଗୁଡ଼ାଠାରେ ଅଣ-କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର*


 *ଝାରସୁଗୁଡ଼ାଠାରେ ଅଣ-କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର


*ଝାରସୁଗୁଡ଼ା, ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି ଏମ ଏଫ୍ ସମ୍ମିଳନୀ କକ୍ଷଠାରେ ଅଣ-କ୍ୟାଡର ପ୍ରସିକ୍ୟୁଟର (Non-Cadre Prosecutors) ମାନଙ୍କ ପାଇଁ ଏକ ଦୁଇ ଦିନିଆ 'ଇଣ୍ଡକସନ୍ ଏବଂ ରିଫ୍ରେସର୍' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ପ୍ରଶାନ୍ତ କୁମାର ନାୟକ (OSJS), ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜି.ଆର. ରାଘବେନ୍ଦ୍ର ଏବଂ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ପ୍ରତିନିଧି ଯୋଗ ଦେଇଥିଲେ।

ପ୍ରଶିକ୍ଷଣର ପ୍ରଥମ ଦିନରେ ଆରକ୍ଷୀ ଅଧିକ୍ଷକ  ଜି.ଆର. ରାଘବେନ୍ଦ୍ର ପ୍ରତିଭାଗୀମାନଙ୍କୁ ସମ୍ବୋଧିତ କରି ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ୍ ପ୍ରମାଣ, 'ଇ-ସାକ୍ଷ୍ୟ' (e-Sakshya) ଏବଂ ICJS (Interoperable Criminal Justice System) ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଧୁନିକ ଯୁଗରେ ଅପରାଧିକ ତଦନ୍ତ କ୍ଷେତ୍ରରେ ଡିଜିଟାଲ୍ ପ୍ରମାଣର ସଂଗ୍ରହ, ସଂରକ୍ଷଣ ଏବଂ ଏହାକୁ ନ୍ୟାୟାଳୟରେ ଉପଯୁକ୍ତ ଭାବେ ଉପସ୍ଥାପନ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ରାଘବେନ୍ଦ୍ର କହିଥିଲେ, "ଝାରସୁଗୁଡ଼ା ପୋଲିସ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ମାଧ୍ୟମରେ ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ। 'ଇ-ସାକ୍ଷ୍ୟ' ଏବଂ ICJS ପରି ପ୍ଲାଟଫର୍ମ ପୋଲିସ, ଅଦାଲତ ଏବଂ ପ୍ରସିକ୍ୟୁସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଦୋଷୀ ସାବ୍ୟସ୍ତ ହାର (Conviction Rate) ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।"

କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏହି ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, "ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆମର ନୂତନ ଭାବେ ନିଯୁକ୍ତ ପ୍ରସିକ୍ୟୁଟରମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ଏକ ମାଇଲଖୁଣ୍ଟ। ଆଇନର ଜଟିଳତା ଏବଂ ବଦଳୁଥିବା ପ୍ରଯୁକ୍ତିବିଦ୍ୟା ସହ ନିଜକୁ ଅପଡେଟ୍ ରଖିବା ଦ୍ୱାରା ହିଁ ସାଧାରଣ ଜନତାଙ୍କୁ ଉଚିତ୍ ଏବଂ ଦ୍ରୁତ ନ୍ୟାୟ ପ୍ରଦାନ କରାଯାଇପାରିବ। ସମନ୍ୱିତ କାର୍ଯ୍ୟଶୈଳୀ ହିଁ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବ।"

ଏହି ଶିବିରରେ ବିଭିନ୍ନ ବିଭାଗ ଯଥା- ନ୍ୟାୟପାଳିକା, ଫୋରେନସିକ୍, ମେଡିକାଲ ଏବଂ ଆଇନ ବିଶେଷଜ୍ଞମାନେ ସମ୍ବଳ ବ୍ୟକ୍ତି (Resource Person) ଭାବେ ଯୋଗଦେଇ ନୂତନ ନିଯୁକ୍ତ ପ୍ରସିକ୍ୟୁଟରମାନଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଝାରସୁଗୁଡ଼ା ଡେପୁଟି ଡାଇରେକ୍ଟର ଅଫ୍ ପବ୍ଲିକ୍ ପ୍ରସିକ୍ୟୁସନଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ପରିଚାଳିତ ହେବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done