ଏହି ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ଆଧାର (Theme) ରଖାଯାଇଛି। ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୬ ତାରିଖର ଥିମ୍ ରହିଛି 'ଶକ୍ତି ସ୍ୱରୂପିଣୀ' (Her Body Her Power)। ଏହି ଅବସରରେ ମହିଳାମାନଙ୍କ ପାଇଁ 'ଜୁମ୍ବା' (Zumba) ସେସନ୍ ଏବଂ କିଶୋରୀ ତଥା ବାଳିକାମାନଙ୍କ ପାଇଁ କ୍ୟାରିୟର କାଉନସେଲିଂର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ଦିନ ବା ମାର୍ଚ୍ଚ ୭ ତାରିଖର ଥିମ୍ 'ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର' ରଖାଯାଇଥିବା ବେଳେ ଏହି ଦିନ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର ଏବଂ ଆତ୍ମରକ୍ଷା ପାଇଁ କରାଟେ ଟ୍ରେନିଂ ଆୟୋଜନ କରାଯିବ।
କାର୍ଯ୍ୟକ୍ରମର ଅନ୍ତିମ ଦିନ ତଥା ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି 'ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି' (When She Moves, India Moves)। ଏହି ଦିନ କାଳୀ ମନ୍ଦିରରୁ ଝାରସୁଗୁଡ଼ା ଇଞ୍ଜିନୟରିଂ ସ୍କୁଲ ପର୍ଯ୍ୟନ୍ତ ଏକ ବିଶାଳ 'ୱାକାଥନ' ଅନୁଷ୍ଠିତ ହେବ। ଏହା ସହିତ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ନେଇ ସୂଚନା ଦିଆଯାଇଛି।
ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଛନ୍ତି ଯେ, 'ଶକ୍ତି ସ୍ୱରୂପିଣୀ' ଠାରୁ ଆରମ୍ଭ କରି 'ଶକ୍ତିର ଗତି' ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ସମ୍ମାନିତ ଓ ସଚେତନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଜିଲ୍ଲାର ସମସ୍ତ SHG ମହିଳା, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସମସ୍ତ ମା’ମାନଙ୍କୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି।


0 Comments