ମତ୍ସ୍ୟ ଚାଷ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ; ବିକାଶ ଓ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ


 ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ବ୍ଲକ ଗସ୍ତ କରି ମତ୍ସ୍ୟ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ପ୍ରଥମେ ବାଘମୁଣ୍ଡା ସ୍ଥିତ ମତ୍ସ୍ୟ ପ୍ରଜନନ ଫାର୍ମ ପରିଦର୍ଶନ କରି ସେଠାରେ ଥିବା ୧୧ଟି ନର୍ସରୀ ଟ୍ୟାଙ୍କର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଟ୍ୟାଙ୍କ ଗୁଡ଼ିକର ପୁନରୁଦ୍ଧାର ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତି ପାଇଁ ତୁରନ୍ତ ଏକ ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳରେ ମତ୍ସ୍ୟ ଜାଆଁଳା ଉତ୍ପାଦନ ବୃଦ୍ଧି ପାଇବ, ଯାହାଦ୍ୱାରା ଲଖନପୁର ବ୍ଲକ ସମେତ ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ମତ୍ସ୍ୟ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ଏହାପରେ ଜିଲ୍ଲାପାଳ ଲଛିପାଲି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି  ପରିଦର୍ଶନ କରି ସମିତିର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ଥିବା ନର୍ସରୀ ଟ୍ୟାଙ୍କ ଗୁଡ଼ିକ ବୁଲି ଦେଖିବା ସହ ଏକ 'ମତ୍ସ୍ୟ ଅବତରଣ କେନ୍ଦ୍ର' ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। 

ଏହି ପରିଦର୍ଶନ ସମୟରେ ଲଖନପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଚହ୍ବାଣ, ଏହି ସମସ୍ତ ଯୋଜନା ବାବଦରେ ଲଖନପୁର ବିଡ଼ିଓଙ୍କ ସହ ବିସ୍ତୃତ ଆଲୋଚନା କରିବାକୁ ଏବଂ ନର୍ସରୀ ଟ୍ୟାଙ୍କର ପୁନରୁଦ୍ଧାର ଓ ନୂତନ ଏଫ.ଏଲ.ସି ନିର୍ମାଣ ପାଇଁ ଖୁବଶୀଘ୍ର ଯୋଜନା ପ୍ରସ୍ତୁତ କରିବାକୁ ଏବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done