ସୂଚନାଯୋଗ୍ୟ ଯେ, ବଡ଼ମାଲ ପୋଲିସ ଦ୍ୱାରା ଉଦ୍ଧାର କରାଯାଇ କୌଶଲ୍ୟାଙ୍କୁ ‘ମିଶନ ଆଶ୍ରା’ ଅନୁଷ୍ଠାନକୁ ପଠାଯାଇଥିଲା। ସେହି ସମୟରେ ସେ ମାନସିକ ସ୍ତରରେ ଅତ୍ୟନ୍ତ ଅସୁସ୍ଥ ଓ ବିଚଳିତ ଥିଲେ। ମାତ୍ର ଆଶ୍ରା ପରିସରରେ ନିରନ୍ତର ଚିକିତ୍ସା, କାଉନସେଲିଂ, ଯୋଗ ଏବଂ ସାମାଜିକ ଦକ୍ଷତା ପ୍ରଶିକ୍ଷଣ ତାଙ୍କ ଜୀବନରେ ଆଣିଥିଲା ବଡ଼ ପରିବର୍ତ୍ତନ। ଧୀରେ ଧୀରେ ସେ ଆତ୍ମନିର୍ଭରଶୀଳ ହେବା ସହ ବଗିଚା କାମ ଓ ରୋଷେଇ ଭଳି ଦୈନନ୍ଦିନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସେ ନିଜ ଗ୍ରାମ ଓ ପରିବାର ସମ୍ପର୍କରେ ସୂଚନା ଦେଇଥିଲେ।
କୌଶଲ୍ୟାଙ୍କ ଠାରୁ ତଥ୍ୟ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଛତିଶଗଡ ସ୍ଥିତ ତାଙ୍କ ଗ୍ରାମର ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲା। ପତ୍ନୀ ଜୀବିତ ଏବଂ ସୁସ୍ଥ ଥିବା ଖବର ପାଇ ସ୍ୱାମୀ ସୋହର ଆଜି ଟ୍ରେନ୍ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ମିଳନ ପର୍ବରେ କୌଶଲ୍ୟାଙ୍କୁ ସମ୍ବର୍ଦ୍ଧନା ସହ ବିଦାୟ ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଛନ୍ତି ଯେ, "କୌଣସି ବିଚ୍ଛିନ୍ନ ପରିବାରକୁ ଯୋଡ଼ିବା ହିଁ ସ୍ନେହ ସେତୁର ପ୍ରକୃତ ସଫଳତା। କୌଶଲ୍ୟାଙ୍କ ମୁହଁରେ ହସ ଦେଖି ଆମ ପୁରା ଟିମ୍ ଆଜି ଗର୍ବିତ।" ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ମିଶନ ଆଶ୍ରାର ସଦସ୍ୟମାନେ ଉପସ୍ଥିତ ଥିଲେ।


0 Comments