ଜନଗଣନା ୨୦୨୭ କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ*


 ଆଗାମୀ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି ଏମ ଏଫ୍ ସଭାଗୃହରେ ଆୟୋଜିତ ତିନି ଦିନିଆ କ୍ଷେତ୍ର ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଗତ ୧୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୨ ଜଣ କ୍ଷେତ୍ର ପ୍ରଶିକ୍ଷକ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ ଏବଂ ଉପ-ଜିଲ୍ଲା ଜନଗଣନା ଅଧିକାରୀ ତଥା ଡେପୁଟି କଲେକ୍ଟର (ଜନଗଣନା) ଶ୍ରୀମତୀ ଲୋପାମୁଦ୍ରା କାଲୋ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଜନଗଣନା ବିଭାଗର ଡେପୁଟି ଡାଇରେକ୍ଟର ଶ୍ରୀ ଜୟକୃଷ୍ଣ ଭୋଇ ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନାର ଜଟିଳ ପ୍ରକ୍ରିୟା ଓ ବୈଷୟିକ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରଶିକ୍ଷଣ ସମୟରେ ବିଶେଷ କରି ଜନଗଣନା ସମ୍ପର୍କିତ ତଥ୍ୟ ସଂଗ୍ରହ, ସଠିକ୍ ଲେ-ଆଉଟ୍ ମ୍ୟାପ୍ ପ୍ରସ୍ତୁତି ଏବଂ ଆଧୁନିକ 'HLO ମୋବାଇଲ୍ ଆପ୍'ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିଭଳି ନିର୍ଭୁଲ ତଥ୍ୟ ଅପଲୋଡ୍ କରାଯାଇପାରିବ, ସେ ନେଇ ପ୍ରଶିକ୍ଷକମାନଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଶିକ୍ଷକମାନେ କ୍ଷେତ୍ର ପରିଦର୍ଶନ କରି ପ୍ରାୟୋଗିକ ଅଭିଜ୍ଞତା ହାସଲ କରିବା ସହ ବାସ୍ତବ ସ୍ଥିତିରେ ଆସୁଥିବା ସମସ୍ୟାର ସମାଧାନ ଶିଖିଥିଲେ। ଏହି ପ୍ରଶିକ୍ଷଣ ପାଇଥିବା କ୍ଷେତ୍ର ପ୍ରଶିକ୍ଷକମାନେ ଆଗାମୀ ଦିନରେ ନିଜ ନିଜ ଅଞ୍ଚଳରେ ଏନୁମେରେଟର ଏବଂ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦେଇ ଜନଗଣନା କାର୍ଯ୍ୟକୁ ଆଗେଇ ନେବେ। ଏହି ଅବସରରେ ଜିଲ୍ଲା ଜନଗଣନା ଇନଚାର୍ଜ ଶ୍ରୀ ରବି ରଞ୍ଜନ, ସେକ୍ସନ ଅଫିସର ଶ୍ରୀ ହରିହର ମାଝୀଙ୍କ ସମେତ ଜନଗଣନା ଶାଖାର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done