ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିର ସମୀକ୍ଷା


 ଝାରସୁଗୁଡ଼ା ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କ (RMNCH+A) କାର୍ଯ୍ୟକ୍ରମ ଏବଂ ଗତ ଜାନୁଆରୀ ୨୦୨୬ ମାସରେ ରିପୋର୍ଟ ହୋଇଥିବା ୧ ମାତୃ ମୃତ୍ୟୁ ଏବଂ ୧୧ ଶିଶୁ ମୃତ୍ୟୁ ଘଟଣାର ବିସ୍ତୃତ ଅନୁଧ୍ୟାନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ପ୍ରଶାସନିକ ସ୍ତରରେ ତ୍ରୁଟି ସଂଶୋଧନ ପାଇଁ ଏକାଧିକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

ପ୍ରତ୍ୟେକ ମୃତ୍ୟୁ ଘଟଣାର ମୂଳ କାରଣ ଖୋଜିବା ପାଇଁ ଜିଲ୍ଲାପାଳ ଏକ 'ଗ୍ୟାପ୍ ଆନାଲିସିସ୍' ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଲଜିଷ୍ଟିକ୍ ସପୋର୍ଟ କିମ୍ବା ପ୍ରଶାସନିକ ସହାୟତା ଆବଶ୍ୟକ, ସେଠାରେ ତୁରନ୍ତ ହସ୍ତକ୍ଷେପ କରାଯିବ। ସେହିପରି କମ୍ ଓଜନର ଶିଶୁ ଜନ୍ମ ହେବାର କାରଣ ଖୋଜିବା ଏବଂ ସେମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା (High-Risk Pregnancy) ମାନଙ୍କର ନିରନ୍ତର ମନିଟରିଂ ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ବିକଶିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ ପଞ୍ଜିକୃତ ସମସ୍ତ ଘରୋଇ ଅଲଟ୍ରାସୋନୋଗ୍ରାଫି କ୍ଲିନିକ୍ ଗୁଡ଼ିକରେ ଗର୍ଭବତୀ ମହିଳାଙ୍କ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। PC&PNDT ଆକ୍ଟ ଅନୁଯାୟୀ ଏହାର ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୂରଦୂରାନ୍ତରୁ ଆସୁଥିବା ଗର୍ଭବତୀ ମହିଳାଙ୍କ ସୁବିଧା ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ତୁରନ୍ତ ‘ମା’ ଗୃହ’ ପ୍ରତିଷ୍ଠା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହିତ କରିବା ସହ ଭିତ୍ତିଭୂମି ଅଭାବ ଥିଲେ ତାହାକୁ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ପୂରଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done