ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ୪ ଘଣ୍ଟା ପରେ ନିଆଁ କୁ ଆୟତ୍ତ କରାଯାଇଥିଲା । ଘଟଣାଟି ବିମାନ ବନ୍ଦର ନିକଟରେ ଘଟିଥିବା ବେଳେ ବିମାନବନ୍ଦର ଭଳି ସମ୍ବେଦନଶୀଳ ସ୍ଥାନରେ ଏପରି ଦୁର୍ଘଟଣା ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ।
ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିସର ବାହାରେ ଏହି ଶୋଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡର ଉତ୍ସ ତେଲ ଡିପୋ ନିକଟରେ ମିଳିଛି ଯେଉଁଠାରେ ବିମାନ ପାଇଁ ବ୍ୟବହୃତ ଦହନଶୀଳ ପେଟ୍ରୋଲ ଉପଲବ୍ଧ । ନିଆଁ ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଯେ ଏହା ବିମାନବନ୍ଦରର ମୁଖ୍ୟ ପ୍ରବେଶ ଦ୍ୱାର ଆଡକୁ ଗତି କରିଥିଲା । ଅଗ୍ନିଶମ କର୍ମଚାରୀମାନେ ଏହି ଭୟଙ୍କର ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ । ଏଥିରେ ବିମାନବନ୍ଦରର ଦୁଇଟି ଏବଂ ବେଦାନ୍ତର ଗୋଟିଏ ଦମକଳ ଗାଡ଼ି ସମେତ ମୋଟ ୫ଟି ଗାଡ଼ି ଅଗ୍ନି ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ରହିଥିଲା । ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ଏହି ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣା ପଡି ନ ଥିବା ବେଳେ ପବନ ବହିବା ଏବଂ ସେଠାରେ ପଡ଼ିଥିବା ଶୁଖିଲା ପତ୍ର ଯୋଗୁଁ ନିଆଁ ଚାରି ଆଡ଼େ ବ୍ୟାପି ଥିଲା ଏବଂ ବର୍ତ୍ତମାନ ଥାହା ନିୟନ୍ତ୍ରଣକୁ ଆସିଛି ବୋଲି ଝାରସୁଗୁଡ଼ା ତହସିଲଦାର ନିଜର ପ୍ରତିକ୍ରିୟାରେ କହିଛନ୍ତି


0 Comments