ଅପରେସନ୍ ନେତ୍ର’ରେ ବଡ଼ ସଫଳତା | ଆନ୍ତଃଜିଲ୍ଲା ବ୍ରାଉନ୍ ସୁଗାର ରାକେଟ୍ ଠାବ


 ‘ଅପରେସନ୍ ନେତ୍ର’ରେ ବଡ଼ ସଫଳତା | ଆନ୍ତଃଜିଲ୍ଲା ବ୍ରାଉନ୍ ସୁଗାର ରାକେଟ୍ ଠାବ |

ଝାରସୁଗୁଡ଼ା ପୁଲିସର ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ନେତ୍ର’କୁ ବଡ଼ ସଫଳତା ମିଳିଛି। ଏକ ଆନ୍ତଃଜିଲ୍ଲା ବ୍ରାଉନ୍ ସୁଗାର ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରି ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨.୪୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଭିରଙ୍ଗ ରାୟ, ଛୋଟୁ ସା, ଗୁଡୁ ଗଣ୍ଡ, ଭାଗିରଥି ମେହେର, ଅବିନାଶ ବେହେରା, ଫରଦିନ୍ ଖାନ୍ ଓ ଶାନ୍ତ ବାହାଦୂର ଥାପା। ଏମାନଙ୍କ ମଧ୍ୟରେ ଝାରସୁଗୁଡ଼ା ସମେତ ରାଉରକେଲା ଓ କଳାହାଣ୍ଡିର ଅପରାଧୀ ସାମିଲ ଅଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗ୍ ବାହାର ଜିଲ୍ଲାରୁ ନିଶା ଆଣି ସ୍ଥାନୀୟ ଯୁବପିଢ଼ିଙ୍କୁ ବିକ୍ରି କରୁଥିଲେ। ଅଭିଯୁକ୍ତଙ୍କ ଠାରୁ ୭ଟି ମୋବାଇଲ, ନଗଦ ୧୫୫୦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ନିଶା କାରବାର ବିରୋଧରେ ପୁଲିସର ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done