ରାଜ୍ୟବ୍ୟାପୀ ଚାଲିଥିବା ‘ସାଇବର କବଚ’ ଅଭିଯାନରେ ବ୍ରଜରାଜନଗର ପୁଲିସକୁ ବଡ଼ ସଫଳତା ମିଳିଛି। ଏକ ସଂଗଠିତ ସାଇବର ଅପରାଧ ଗୋଷ୍ଠୀର ପର୍ଦ୍ଦାଫାସ କରି ପୁଲିସ ୬ ଜଣ ‘ମ୍ୟୁଲ ଆକାଉଣ୍ଟ’ ଧାରୀଙ୍କୁ ଚିହ୍ନଟ କରିଛି। ଏହି ରାକେଟ୍ ଦ୍ୱାରା ୨୪.୮୮ ଲକ୍ଷ ଟଙ୍କାର ଠକେଇ ହୋଇଥିବା ବେଳେ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୬୮ ଲକ୍ଷରୁ ଅଧିକ ଟଙ୍କାର ସନ୍ଦିଗ୍ଧ କାରବାର ହୋଇଥିବା ଜଣାପଡିଛି। ଚିହ୍ନଟ ଅଭିଯୁକ୍ତମାନେ ହେଲେ ଦୀପକ କୁମାର ସାହୁ, କିଶାନ ବାରେଥ୍, ଲଳିତମୋହନ ଭୋଇ, ଦେବାଶିଷ ମହାନ୍ତି, ବନମାଳି ପ୍ରଧାନ ଓ ନିଖିଲ କୁମାର ନାଏକ। ପୁଲିସ ସୂଚନା ଅନୁଯାଇ , ପିଙ୍କି ଦୁଆନ ଓ ତୌଫିକ ଅନସାରୀ ନାମକ ଦଲାଲ କମିଶନ ଲୋଭ ଦେଖାଇ ଏମାନଙ୍କ ଠାରୁ ବ୍ୟାଙ୍କ ଖାତା ଓ ସିମ୍ ସଂଗ୍ରହ କରୁଥିଲେ। ଏହି ଖାତାଗୁଡ଼ିକ ମୁଖ୍ୟତଃ ଅନ୍ଲାଇନ୍ ଗେମିଂ , ନିବେଶ ଠକେଇ ଓ ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଆସୁଥିବା କଳା ଟଙ୍କାକୁ ଧଳା କରିବାରେ ବ୍ୟବହୃତ ହେଉଥିଲା। ପୁଲିସ ଏମାନଙ୍କ ନିକଟରୁ ବହୁ ଏଟିଏମ୍ କାର୍ଡ ଓ ସିମ୍ ଜବତ କରିଛି। ତେବେ ଏନେଇ ବ୍ରଜରାଜନଗର ଥାନା ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।


0 Comments