ଲକ୍ଷେଘର ଗଣ୍ଡାସମାଜ ବିକାଶ ପରିଷଦର ସ୍ୱାଗତ ସମ୍ୱର୍ଦ୍ଧନା ଦାୟିତ୍ୱ ଗ୍ରହଣ ସମାରୋହ


 ଝାରସୁଗୁଡା ଜିଲ୍ଲା ସ୍ଥିତ ପୂର୍ତ୍ତ ବଙ୍ଗଳା (ଆଇ ବି) ରେ ଝାରସୁଗୁଡା ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦର ସ୍ୱାଗତ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ସମାରୋହ ସଭାପତି ପ୍ରେମ ସାଗରଙ୍କ ସଭାପତିତ୍ଵ ଓ ସମ୍ପାଦକ ମନ୍ମୟ କିଶୋର ବଖରା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ଉପଦେଷ୍ଟା ଭୋପାଳ ଜୟପୁରିଆ,ବିଶ୍ଵାମିତ୍ର ଛଛାନ,ଦୁର୍ବାଦଳ କରାଳୀ, ସନାତନ ମହାନନ୍ଦ, ବୃଷଭାନୁ କୁସୁମ, ଡିଲେଶ୍ଵର ବାଗ, କୃଷ୍ଣଚନ୍ଦ୍ର ପୋଢ ଉପସ୍ଥିତ ରହି ସମାଜ ର ଉନ୍ନତି କଳ୍ପେ ନିଜ ନିଜ ମନ୍ତବ୍ୟ ଦେଇଥିଲେ ।ଏହା ସହିତ ନବନିର୍ବାଚିତ ଝାରସୁଗୁଡ଼ା ଓ କିର୍ମିର। ବ୍ଳକର  ସଭ୍ୟଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ସହ ଦାୟିତ୍ୱ ଦିଆଯାଇଥିଲା I ଝାରସୁଗୁଡ଼ା ଜିଲ୍ଲାର ବିଶିଷ୍ଟ ତଥା ବରିଷ୍ଠ ନାଗରିକ ଖଗେଶ୍ଵର ବେହେରା ଓ କୁଶାସନ ଜୟସୁରିଆଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା l ସଭାରେ ବରିଷ୍ଠ ତଥା ଉପଦେଷ୍ଟା କମିଟିର ସଦସ୍ୟ ମଣ୍ଡଳୀଙ୍କ  ଆଦେଶ କ୍ରମେ ଜାତି ସମାଜର ଉନ୍ମତି,ଏକତା,ଅଖଣ୍ଡତା ସକାଶେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା କମିଟିର ଗୌରାଙ୍ଗ ଜଗତ, ମୁରଲୀ ଛଛାନ, ଆଶିଷ ଗର୍ଡ଼ିଆ, ଶ୍ୟାମସୁନ୍ଦର କଂସରାଲୀ, ଗଙ୍ଗାଧର କଣ୍ଟା ଝାରସୁଗୁଡ଼ା ବ୍ଳକର ହେମନ୍ତ ମାଳୀ, ଦିକ୍ଷିତ କଣ୍ଟା, ରୋହିତ ସିଂ, ସୁକାନ୍ତ ସିଂ, ଗୌରୀଶଙ୍କର ତନ୍ତୀ କିର୍ମିରା ବ୍ଲକର ସନ୍ତୋଷ ବାଗ,କ ବିରେନ୍ଦ୍ର ଚଣ୍ଡିଆ ପ୍ରମୁଖସହସମାଜ ପ୍ରେମୀ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done