ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବେଲପାହାଡ଼ ବନାଞ୍ଚଳ ର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ରମ୍ପାଲୁଗା ଠାରେ ରବିବାର ଦିନ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ମୁକ୍ତ ପର୍ଯ୍ୟଟନ ସ୍ଥଳୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବନ୍ୟପ୍ରାଣୀ ସଂରକ୍ଷକ ପ୍ରହ୍ଲାଦ ନାୟକ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସମ୍ବିତ ମୁଣ୍ଡା, ଜିଲ୍ଲା ପରିବେଶ ସମିତି ର ଆଜୀବନ ସଭ୍ୟ ବିଜୟ ବେହେରା,ଅବସର ପ୍ରାପ୍ତ ଆଇ ଏଫ ଏସ ଅନୁପ ନାୟକ,ପରିବେଶ ସମିତି ର ସଦସ୍ୟ ଗୋବିନ୍ଦ ସlକୁନିଆ, ପରିବେଶ ବିତ୍ ହମିଦ କୁମାର ମହାପାତ୍ର, ପୂର୍ବତନ ଶିକ୍ଷୟିତ୍ରୀ ତଥା କବି ଅଞ୍ଚଳି ପଟ୍ଟନାୟକ, ଜ୍ୟୋସ୍ନାମୟୀ ନାୟକ ଉପସ୍ଥିତ ଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପଞ୍ଚାନନ ପାଣିଗ୍ରାହୀ,ସରପଞ୍ଚ ସୁନାରି ନନ୍ଦିନି ସାହୁ, ସରପଞ୍ଚ ପଣ୍ଡରୀ ସୁବାସିନି ସାହୁ, ପ୍ରଧାନ ଶିକ୍ଷକ ଗୁଣ୍ଡୁଲି ମାଲ ବରୁଣ ମିର୍ଦ୍ଧା, ପ୍ରଧାନ ଶିକ୍ଷକ ସୁନାରୀ କ୍ଷେତ୍ର ମୋହନ ସୁନା, ଆଦର୍ଶ ଶିକ୍ଷକ ଉଦ୍ଧବ ସା ଉପସ୍ଥିତ ଥିଲେ। ବେଲପାହାଡ଼ ବନାଞ୍ଚଳ ର ବନlଞ୍ଚଳ ଅଧିକାରୀ ପ୍ରଦୀପ ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଟିମ ଲିଡ଼ର ଦିଲ୍ଲିପ ପଧାନ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ଲାଷ୍ଟିକ ବ୍ୟବହାର କୁ କେମିତି କମ୍ କରିପାରିବା,ରମ୍ପାଲୁଗା କୁ କିପରି ପ୍ଲାଷ୍ଟିକ ମୁକ୍ତ କରିପାରିବ। ସେ ବିଷୟ ରେ ନିଜ ନିଜ ର ମତବ୍ୟକ୍ତ କରିଥିଲେ। ସମସ୍ତ ଅତିଥି, ଛାତ୍ର ଛାତ୍ରୀ ଶପଥ ପାଠ କରିଥିଲେ। ଏକ ରାଲି କରି ବିଭିନ୍ନ ସ୍ଲୋଗାନ ଦ୍ୱାରା ଲୋକ ମାନଙ୍କୁ ସଚେତନତା କରିଥିଲେ ଏବଂ ଶେଷରେ ସମସ୍ତେ ମିଶି ରମ୍ପାଲୁଗା ପର୍ଯ୍ୟଟନ ସ୍ଥଳୀକୁ ସଫେଇ କରିଥିଲେ । ଏଥିରେ ସ୍ଥାନୀୟ ସେଳ୍ପ ହେଲ୍ପ ଗ୍ରୁପ୍ ର ମହିଳା, ରମ୍ପାଲୁଗା ଓ ସୁନାରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍ଥାନୀୟ ବନ ସୁରକ୍ଷା ସମିତି ର ସଦସ୍ୟ, ପରିବେଶ ବିକାଶ ସମିତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ବନାଞ୍ଚଳ ର ବାଗମୁଣ୍ଡା ଫରେଷ୍ଟର ସୌଦାଗର କିସାନ,ବେଲପାହାଡ଼ ଫରେଷ୍ଟର ସୁନିଲ କୁମାର ଭୋଇ, ଲଖନପୁର ଫରେଷ୍ଟର ଲଲିତ ଅଢା, କଦମଡିହି ଫରେଷ୍ଟର ସଙ୍ଗୀତା ସାମନ୍ତରାୟ, ଭିଖମପାଲି ଫରେଷ୍ଟର ସରୋଜ ଖମାରି, ଫରେଷ୍ଟର ପ୍ରଦୀପ ବେସନ,ମୁନି କୁମାରି ଦାସ, ଫରେଷ୍ଟ ଗାର୍ଡ ସୁରେନ୍ଦ୍ର ଖମାରି, ଅନୁପ ଲାକ୍ରା ,ଭାଗିରଥି ପଧାନ, ହର୍ଷ ବର୍ଦ୍ଧନ ମିଶ୍ର,ରାହୁଲ ବେହେରା,ଲିପିରାଣୀ କର,ଯୁଧିଷ୍ଟିର ବାରୁ,ତେଜସ୍ଵୀନି ଶା ,ବନରକ୍ଷୀ,ଏଫଏମ ୟୁ ର ଶକ୍ତିମୟ ପୃଷ୍ଟି ,ସୁବ୍ରତ ଛନ୍ଦା, ସୁମନ ବିଶ୍ୱାଳ ଓ ସୁଜିତ ବସ୍ତିଆ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ


0 Comments