ଝାରସୁଗୁଡ଼ାରେ ସ୍ଥାପନ ହେବ ଅତ୍ୟାଧୁନିକ 'ଗ୍ରେନ୍ ଏଟିଏମ୍'; ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ


 ଝାରସୁଗୁଡ଼ା ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପ୍ରଯୁକ୍ତିଭିତ୍ତିକ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ପ୍ରସ୍ତାବିତ 'ଗ୍ରେନ୍ ଏଟିଏମ୍' (Grain ATM) ସ୍ଥାପନ ପାଇଁ ଉଦ୍ଦିଷ୍ଟ ସ୍ଥଳ ପରିଦର୍ଶନ କରି ଏହାର ଭିତ୍ତିଭୂମି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହାୟତାରେ ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଏହି ଅତ୍ୟାଧୁନିକ ସ୍ୱୟଂଚାଳିତ ବ୍ୟବସ୍ଥା ଦ୍ୱାରା ହିତାଧିକାରୀମାନେ ବିନା କୌଣସି ଅସୁବିଧାରେ ଏବଂ ସଠିକ୍ ପରିମାଣର ଖାଦ୍ୟଶସ୍ୟ ପାଇପାରିବେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ପ୍ରକଳ୍ପର ସ୍ଥାୟିତ୍ୱ ଓ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଖାଦ୍ୟଶସ୍ୟ ଯେପରି ବର୍ଷା ଜଳ କିମ୍ବା ବାୟୁମଣ୍ଡଳର ଆଦ୍ରତା ଯୋଗୁଁ ନଷ୍ଟ ନହୁଏ, ସେଥିପାଇଁ ଏହି ସ୍ୱତନ୍ତ୍ର ଢାଞ୍ଚା ବା ଷ୍ଟ୍ରକଚର୍‌ଟିକୁ ସମ୍ପୂର୍ଣ୍ଣ ରୂପେ ଜଳପ୍ରତିରୋଧକ କରି ନିର୍ମାଣ କରିବାକୁ ସେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶସ୍ୟର ଗୁଣବତ୍ତା ବଜାୟ ରଖିବା ସହ ଲୋକଙ୍କ ନିକଟରେ ସୁବିଧାରେ ରାସନ ପହଞ୍ଚାଇବା ଦିଗରେ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done