ବ୍ରଜରାଜନଗରରେ ୫୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ


 ବ୍ରଜରାଜନଗରରେ ୫୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ | ୩ ଦଲାଲଙ୍କ ସହ ୧୨ ଜଣଙ୍କୁ ନୋଟିସ୍ | 

 ରାଜ୍ୟବ୍ୟାପୀ ଚାଲିଥିବା ‘ସାଇବର କବଚ’ ଅଭିଯାନରେ ଝାରସୁଗୁଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି। ବ୍ରଜରାଜନଗର ଓ ଝାରସୁଗୁଡ଼ା ଅଞ୍ଚଳରେ ସକ୍ରିୟ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ସିଣ୍ଡିକେଟର ପର୍ଦ୍ଦାଫାଶ ହୋଇଛି। ଏହି ଗୋଷ୍ଠୀ ସାଧାରଣ ଲୋକଙ୍କ ନାମରେ ‘ମ୍ୟୁଲ୍ ଆକାଉଣ୍ଟ’ ଖୋଲି ଦେଶବ୍ୟାପୀ ପ୍ରାୟ ୫୬ ଲକ୍ଷ ୧୬ ହଜାର ୪୧୦ ଟଙ୍କାର ଆର୍ଥିକ ଠକେଇ କରିଥିବା ଜଣାପଡ଼ିଛି। ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ତଥ୍ୟ ଆଧାରରେ ପୋଲିସ ୯ ଜଣ ବ୍ୟାଙ୍କ ଆକାଉଣ୍ଟଧାରୀ ଓ ୩ ଜଣ ମୁଖ୍ୟ ଦଲାଲଙ୍କୁ ଚିହ୍ନଟ କରିଛି। ଅମିତ ସିଂ, ସୋନୁ ଦାସ ଓ ପିଙ୍କି ଦୁଆନ ଓରଫ ଖୁସୱା କମିଶନ ଲୋଭ ଦେଖାଇ ସ୍ଥାନୀୟ ଲୋକଙ୍କ ନାମରେ ୟୁକୋ, ୟୁନିଅନ ଓ ପିଏନବି ବ୍ୟାଙ୍କରେ ଖାତା ଖୋଲୁଥିଲେ। ପରେ ଏଟିଏମ, ଚେକବୁକ୍ ଓ ସିମ୍ କାର୍ଡକୁ ସାଇବର ଅପରାଧୀଙ୍କୁ ବିକ୍ରି କରାଯାଉଥିଲା। ଏହି ଖାତାଗୁଡ଼ିକ ‘ଡିଜିଟାଲ ଆରେଷ୍ଟ’ ଓ ‘ଇନଭେଷ୍ଟମେଣ୍ଟ ଫ୍ରଡ୍’ ଟଙ୍କା ହେରଫେର ପାଇଁ ବ୍ୟବହୃତ ହେଉଥିଲା। ପୋଲିସ ଚିହ୍ନଟ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ବିଏନଏସଏସ ର ଧାରା ୩୫(୩) ଅନୁଯାୟୀ ନୋଟିସ ଜାରି କରିଛି ଓ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done