ସହରାଞ୍ଚଳ ଗରିବଙ୍କ ପାଇଁ ସୁଲଭ ଭଡ଼ା ଘର; ନିର୍ମାଣଧୀନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ


 -୧୫ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

 ଓଡ଼ିଶା ସହରାଞ୍ଚଳ ଆବାସ ମିଶନ ପକ୍ଷରୁ ଜାରି ହୋଇଥିବା ନୂତନ ମାର୍ଗଦର୍ଶିକା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ଥିବା "ସୁଲଭ ଭଡ଼ା ବାସଗୃହ" (Affordable Rental Housing - ARH) ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ଏହି ବହୁମୁଖୀ ଗୃହରେ ପ୍ରାୟ ୧୦୦ ଜଣ ଶିଶୁ ଏବଂ ମା’ମାନଙ୍କ ରହିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ବିଶେଷ କରି ସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇ ସେଠାରେ ୧୨ରୁ ଅଧିକ ନୂତନ ଶୌଚାଳୟ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। କୋଠାର ରକ୍ଷଣାବେକ୍ଷଣ ସହିତ ସ୍ୱଚ୍ଛତା ଓ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ଯେପରି ସୁନିଶ୍ଚିତ ହେବ, ସେଥିପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ବାକି ରହିଥିବା ନିର୍ମାଣ ଓ ମରାମତି କାର୍ଯ୍ୟକୁ ଶେଷ କରାଯାଉ। 

ସୂଚନାଯୋଗ୍ୟ ଯେ, ସହରାଞ୍ଚଳରେ ରହୁଥିବା ଆର୍ଥିକ ଅନଗ୍ରସର ଶ୍ରେଣୀ  ଏବଂ ଅଳ୍ପ ଆୟକାରୀ ଗୋଷ୍ଠୀ ଯଥା ପ୍ରବାସୀ ଶ୍ରମିକ, ଗୃହହୀନ ଏବଂ ଅଭାବୀ ଶ୍ରେଣୀର ଲୋକଙ୍କୁ ସୁୁଲଭ ମୂଲ୍ୟରେ ଘର ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ। ସରକାରଙ୍କ ଏହି ଅଭିନବ ଯୋଜନା ମାଧ୍ୟମରେ ପରିତ୍ୟକ୍ତ ବା ବ୍ୟବହାର ହେଉନଥିବା ସରକାରୀ କୋଠାଗୁଡ଼ିକୁ ପରିବର୍ତ୍ତନ କରି ଗରିବ ଶ୍ରେଣୀର ଲୋକଙ୍କୁ ଆଶ୍ରୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done