AI କଣ୍ଟେଣ୍ଟ ଓ ଡିପଫେକ୍‌ ଉପରେ କେନ୍ଦ୍ର ସରକାରର କଡ଼ା ଆଭିମୁଖ୍ୟ


 AI କଣ୍ଟେଣ୍ଟ ଓ ଡିପଫେକ୍‌ ଉପରେ କେନ୍ଦ୍ର ସରକାରର କଡ଼ା ଆଭିମୁଖ୍ୟ | ଅଭିଯୋଗର ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଆପତ୍ତିଜନକ ଭିଡିଓ | 

ସୋସିଆଲ ମିଡିଆରେ ବଢୁଥିବା ବିଭ୍ରାନ୍ତିକର ତଥ୍ୟ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ଅପବ୍ୟବହାର ରୋକିବାକୁ କେନ୍ଦ୍ର ସରକାର କଠୋର ନିୟମ ପ୍ରଣୟନ କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରାଳୟର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, କୌଣସି ଆପତ୍ତିଜନକ AI କଣ୍ଟେଣ୍ଟ କିମ୍ବା ଡିପଫେକ୍ ଭିଡିଓ ସମ୍ପର୍କରେ ଅଭିଯୋଗ ଆସିଲେ, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ମାତ୍ର ୩ ଘଣ୍ଟା ମଧ୍ୟରେ ତାହା ହଟାଇବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୩୬ ଘଣ୍ଟା ଥିବାବେଳେ ଏବେ ଏହାକୁ ଅତି କ୍ଷିପ୍ର କରାଯାଇଛି। ନିର୍ଦ୍ଧାରିତ ସମୟରେ ପୋଷ୍ଟ ଡିଲିଟ୍ ନକଲେ ସଂସ୍ଥା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ AI ଜେନେରେଟେଡ୍ କଣ୍ଟେଣ୍ଟରେ ଏକ ସ୍ୱତନ୍ତ୍ର ‘ଲେବଲ’ ରହିବା ଅନିର୍ବାର୍ଯ୍ୟ, ଯାହାଦ୍ୱାରା ସାଧାରଣ ଲୋକେ ଏହାର କୃତ୍ରିମତା ବିଷୟରେ ଜାଣିପାରିବେ। ଏଥିସହ ପ୍ରତି ୩ ମାସରେ ଥରେ ବ୍ୟବହାରକାରୀଙ୍କୁ AI ର ଅପବ୍ୟବହାର ଓ ଏହାର ପରିଣାମ ବିଷୟରେ ସତର୍କ କରାଇବାକୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୦ ତାରିଖରୁ ଲାଗୁ ହେବାକୁ ଥିବା ଏହି ନିୟମ ସାଇବର ଠକେଇ ଓ ମିଥ୍ୟା ଖବର ରୋକିବାରେ ସହାୟକ ହେବ। ତେବେ ଏତେ କମ୍ ସମୟ ମଧ୍ୟରେ ଏହି ନିୟମ ପାଳନ କରିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done