ରେମେଜା - ବ୍ରଜରାଜନଗର କୁଲିତା ସମାଜର ରୌପ୍ୟ ଜୟନ୍ତୀ


 ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅନ୍ତର୍ଗତ ରେମଜା ଗ୍ରାମରେ କୁଲତା ସମାଜ ର ରୌପ୍ୟ ଜୟନ୍ତୀ ଉତ୍ସବ ହର୍ଷ ଉଲ୍ଲାସ ରେ ପାଳିତ ହୋଈ ଯାଇଛି l ଲପଙ୍ଗା ପୀଠ ଗଣ୍ଡ ଘୋରା ପ୍ରଗଣା ଅନ୍ତର୍ଗତ ରେମଜା ପାଲିରେ ବିଗତ 1 ଅକ୍ଟେବର 2000 ମସିହାରେ ପାଳିର ପରିଚାଳନା କମିଟି ଗଠନ କରାଯାଇଥିଲା । 25 ବର୍ଷ ଧରି ପ୍ରାୟ ଗ୍ରାମର 110 କୁଲିତା ପରିବାର ଚଳି ଆସିଛନ୍ତି ଗ୍ରାମର ସ୍ୱର୍ଗତ ଗୌନ୍ତିଆ ପରିବାର ର ଦାୟାଦ ମାନେ ଆଜି ପର୍ଯ୍ୟନ୍ତ ନିଜ ଗ୍ରାମର ଅନ୍ୟ ଜାତି ଭାଇ ଙ୍କ ମଧ୍ୟରେ ସୁ ସମ୍ପର୍କ ରଖି ଥିବାରୁ ଏହି ରୌପ୍ୟ ଜୟନ୍ତୀ ଉତ୍ସବ ସମ୍ଭବ ହୋଈ ପାରିଛି ବୋଲି ଲୋକେ ମତ ଦିଅନ୍ତି ଗ୍ରାମର ବିଶି ବଂଶ ଦାୟାଦ ମଧ୍ୟରେ ଏକତା ଆଜି ମଧ୍ୟ ବଜାୟ ରହିଛି ଆଜି କାଳି ଏକତାହୋଈ ଚଳିବା ଗ୍ରାମ ବିରଳ କାରଣ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ କୁଲିତା ଜାତି ଭାଗ ଭାଗ ହୋଈ ଯାଉଛି ତେଣୁ ଏହି ଗ୍ରାମ ର କୁଲିତା ଜାତି ଏକତା କୁ ରୌପ୍ୟ ଜୟନ୍ତୀ ଉତ୍ସବ ରେ ଯୋଗ ଦେଇ ଥିବା ଅତିଥି ମାନେ ଭୁୟସୀ ପ୍ରଶଂସା କରି ଥିଲେ ଏକ ସ୍ମରଣିକା କୁଲିତା ସନ୍ଦେଶ ପ୍ରକାଶ ପାଇଥିଲା । ଦିବ୍ୟ କିଶୋର ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପ୍ରଥମେ ଭଜନ ସହ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଲପଙ୍ଗା ପୀଠରୁ ଆସିଥିବା କୀର୍ତନ ମଣ୍ଡଳୀ ସହ ସ୍ୱାଗତ କରିଥିଲେ । ପୂଜକ ନିତ୍ୟାନନ୍ଦ ଙ୍କ ଦ୍ଵାରା ରଣେଶ୍ୱର ରାମଚଣ୍ଡୀ ଦେବୀ ଙ୍କ ପୂଜା ହୋଇଥିଲା । ଏହି ଉତ୍ସବ ରେ ଅନ୍ୟ ତମ ଅତିଥି କଦେଲପିଟା ପୀଠ ସହ ବହୁ ଅତିଥି ମାନେ ମଞ୍ଚ ଆସୀନ ଥିଲେ ଶେଖର ବିଶି ସଭା ପରିଚାଳନା କରିଥିବାବେଳେ । ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done