ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କଦ୍ଵାରା ବନ୍ଦେ ମାତରମ୍ ସଂରଚନା


 *ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କଦ୍ଵାରା ବନ୍ଦେ ମାତରମ୍ ସଂରଚନା*

*ସ୍ବାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ ସହ ଛାତ୍ରଛାତ୍ରୀଙ୍କଦ୍ଵାରା ବନ୍ଦେ ମାତରମ୍ ସଂରଚନା*

ଡିଏଭି ପବ୍ଲିକ୍ ସ୍କୁଲ, ଝାରସୁଗୁଡ଼ା ପରିସରରେ ରାଷ୍ଟ୍ରୀୟ ଯୁବ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ଆୟୋଜିତ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋଫଳକରେ ମାଲ୍ୟାର୍ପଣ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଓ ଯୁବ  ଶକ୍ତିର ଉଜ୍ଜୀବତା ପାଇଁ ବିଦ୍ୟାଳୟର ସହସ୍ରାଧିକ ଛାତ୍ରଛାତ୍ରୀ ୧୫୦ ତମ ବନ୍ଦେ ମାତରମର 'ବନ୍ଦେ ମାତରମ' ର ଏକ ଭବ୍ୟ ସଂରଚନା କରିଥିଲେ ଏବଂ ଦେଶମାତୃକାର ବନ୍ଦନାପୂର୍ବକ ଜୟଧ୍ୱନି କରିଥିଲେ । ଚିରବନ୍ଦନୀୟ ଜନ୍ମଭୂମି ଭାରତବର୍ଷର ଇତିହାସ ତଥା ରାଷ୍ଟ୍ରର ଗର୍ବ ଓ ଗୌରବଗାଥାକୁ ଚିରପ୍ରବାହମାନ କରିଆସୁଥିବା ତଥା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଦ୍ଵାରା ରଚିତ ଆନନ୍ଦମଠ ଉପନ୍ୟାସରେ ସ୍ଥାନିତ ପ୍ରେରଣାଦାୟୀ ରାଷ୍ଟ୍ରଭକ୍ତି କବିତା ବନ୍ଦେ ମାତରମକୁ ସାମୂହିକ ଭାବେ ଗାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କ ବନ୍ଦେ ମାତରମ ସଂରଚନା ଓ ସାମୂହିକ ଗାନରେ ସକ୍ରିୟ ସହଯୋଗ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done