ଏଥିରେ ଲଖନପୁର ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ସହିତ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ଖମାରି,ସମ୍ପାଦକ ରାଜକୁମାର ସାହୁ ଯୋଗଦାନ କରିଥିଲେ । ସଗୀତଜ୍ଞ ଯୁଧିଷ୍ଠିର ବାଗ ଏବଂ ଚୈତନ୍ୟ ପଧାନ ସହଯୋଗରେ " ବନ୍ଦେ ମାତରଂ " ଗୀତ ଗାୟନ କରାଯାଇଥିଲା । ପରେ ଶ୍ରୀ ମିଶ୍ର ଛୁଆମାନଙ୍କୁ ବିସ୍କୁଟ ବଣ୍ଟନ କରି ସେମାନଙ୍କ ଉଚ୍ଚ ବିଦ୍ୟା ଏବଂଉନ୍ନତ ଭବିଷ୍ୟତ ପାଇଁ କାମନା ଜଣାଇଥିଲେ ।
ଅଞ୍ଚଳର ସମସ୍ତ ଯୁବ ପିଢ଼ିକୁ ଶ୍ରୀ ମିଶ୍ର ତାଙ୍କ ଉକ୍ତିରେ ସେମାନଙ୍କ ଏକତା ଏକାତ୍ମତା ସହ ସମାଜ ତଥା ଦେଶର ଆଗାମୀ ବିକାଶ ପଥେ ଆଗୁଆ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ନାଗରିକ ପରିଷଦ ସାଧାରଣ ସମ୍ପାଦକ ଶ୍ରୀ ଭାସ୍କର ଗର୍ଡିଆ, ସୁଶାନ୍ତ ଛତ୍ରିଆ, କ୍ଷେତ୍ରମଣି ସାହୁ, ଲଖନପୁର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଇଶ୍ଵର ବନଛୋର, କ୍ରୀଷ୍ଣା ସରାଫ, ହରିହର ସୁନା, ରଘୁମଣି ଧୁରୁଆ, ନିତ୍ୟାନନ୍ଦ ବେନିଆ, ଆଦି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ ।
ଏହି ୧୫୦ ବର୍ଷ ପୂର୍ତ୍ତି "ବନ୍ଦେ ମାତରଂ " ରାଷ୍ଟ୍ରୀୟ ଗାନକୁ ଅନ୍ୟ ସ୍ଥାନ ମଧ୍ୟରେ ଦଲଗାଁ ପଞ୍ଚାୟତ ସ୍ଥିତ କାଏଁସ ବାହାଲ ଗ୍ରାମର ହନୁମାନ ମନ୍ଦିର ପ୍ରତିଷ୍ଠା ଶୁଭ ଅବସରରେ ଜଗନ୍ନାଥ ସସ୍କୃତି ପ୍ରଚାରକ ଶ୍ରୀ କିର୍ତ୍ତନ ବାଗ ଙ୍କ ସହିତ ଦୈନନ୍ଦିନ ପୂଜକ ଡେବରିଆ,ହ୍ରୁଷିକେଶ ଧୁରୁଆ, ଲଲିତ ସା,ବିଲାଶ ସା,ବାବୁଲୁ ବାହାକ, ମହେନ୍ଦ୍ର ପଧାନ, ଧନଞ୍ଜୟ ନଗରିଆ, ଜିତୁ ଖର୍ସେଲ, ପ୍ରମୁଖ ଉପସ୍ଥିତ ରହି ଗାୟନ କାର୍ଯ୍ୟକ୍ରମ କରିଥିଲେ । ନବୀନ ଧୁରୁଆ ଏବଂ ଦଶରଥ ପଟେଲ ଏହି କାର୍ଯ୍ୟଭାର ତୁଲାଇଥିଲେ ।
ଠିକ ସେହିପରି କନକତୋରା ଗ୍ରାମ ପଞ୍ଚାୟତ ସ୍ଥିତ ଲୁଆବଗା ଗ୍ରାମ ରେ ଶ୍ୟାମ ଲାଲ ସାହୁ, ସାହେବ ପଧାନ,ଶ୍ୟାମ କୁମାର ଧୁରୁଆ, ଲକ୍ଷ୍ମଣ ସାହୁ,ସାହେବ,ଅମ୍ରୁତ ସା,ଛତ୍ର ପଧାନ,ଜୀବର୍ଦ୍ଧନ କଲ୍ୟାରୀ, ଖଗେଶ୍ବର ପସାଏତ,ଅଭିମନ୍ୟୁ ମେହେର,ସରଞ୍ଜିଲାଲ ମେହେର,ସମାରୁ ପଧାନ,ବୁଧମନ ଭୋଇ । ମହିଲା ମାନଙ୍କ ମଧ୍ୟରେ ଦୁତିଆ ମେହେର,ମୁକ୍ତା ମେହେର, ସାବିତ୍ରୀ ମେହେର, ସତ୍ୟବତୀ ମେହେର,ଗଙ୍ଗେଇ ମେହେର, ସୁଲୋଚନା ମେହେର,ମଞ୍ଜୁ ଧୁରୁଆ,ଗହଲ ସେଠ,ଗୌରି ପଧାନ,ବାସନ୍ତି ସିଦାର, ସୀତା ସାମରତ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ ।


0 Comments