ଝାରସୁଗୁଡ଼ା ର ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଜନ୍ମ ବାର୍ଷିକୀ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜନ୍ମ ବାର୍ଷିକୀ ପାଳିତ ହୋଇଥିଲା। ଜିଲ୍ଲା ସଭାପତି ହରିଶ ଗନତ୍ରା ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳର କର୍ମୀ ପ୍ରଥମେ ବେହେରାମାଲ ସ୍ଥିତ ନବ ଦାସ ଛକ ସ୍ଥିତ ନବ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ବମ୍ବେ ଛକ ସ୍ଥିତ ନବ ଦାସ ସ୍ମାର୍ଟ ପାର୍କ ରେ ନବ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଓ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ରବି ସିଂ, ତାପସ ରାୟ ଚୌଧରୀ, ଅଶୋକ ଦାସ, ପିଣ୍ଟୁ ପାଢ଼ୀ, ମଦନ ହାତୀ, ଝାରସୁଗୁଡ଼ା ସହର ନଗରପାଳ ରାନି ହାତୀ, ନବନିତ ଜୋର୍ , ନେତ୍ରାରାନି ସାହା, ଦୀପା ନାଏକ, ଶଶି ତିୱାରୀ, ଚିରଞ୍ଜିବୀ ପତି, ସୁବାସ କେଡ଼ିଆ, ପ୍ରମୋଦ ପତି, ସ୍ଵତନ୍ତ୍ର ଶର୍ମା, ଥବିର ମିଶ୍ର, ପିଣ୍ଟୁ ପାଣ୍ଡେ ପ୍ରଭୁତି ଉପସ୍ଥିତ ଥିଲେ।


0 Comments