ପରିବେଶ ସୁରକ୍ଷା ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବାଗଡିହି ବନ ସଂରକ୍ଷଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ "ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ପଟ ଚ୍ୟାଲେଞ୍ଜ ୨୦୨୬" ଆରମ୍ଭ ହୋଇଯାଇଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବାଗଡିହି ରେଞ୍ଜ ଅଫିସର ଡ ବନ୍ଦନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ଜିଲ୍ଲା ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀ ପ୍ରହଲ୍ଲାଦ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିବେଶ ସମିତିର ସଦସ୍ୟ ଶ୍ରୀ ବେଣୁଧର ଚୌଧୁରୀ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ନରେଶ ନାୟକ ଉପସ୍ଥିତ ଥିଲେ। ସାହାସପୁର ଏବଂ ବାବୁଛିପିଡିହି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ହାତିଆନାଳ ଡ୍ୟାମ ଏବଂ କାହାଚୁଆ, ଅନ୍ଧାରୀ ପି.ଆର.ଏଫ ଅଞ୍ଚଳରେ ସଚେତନତା ଶୋଭାଯାତ୍ରା ସହ ସଫେଇ ଅଭିଯାନ କରାଯାଇଥିଲା। ଏଥିରେ ବନ ବିଭାଗର କର୍ମଚାରୀ, ସ୍ଥାନୀୟ ଶିକ୍ଷକ ଏବଂ ଗ୍ରାମବାସୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପିକନିକ ଋତୁରେ ପ୍ଲାଷ୍ଟିକ ବର୍ଜନ କରି ପ୍ରକୃତିର ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।


0 Comments