ଝାରସୁଗୁଡ଼ା ମ୍ୟୁନିସିପାଲିଟିର ଡ୍ରେନେଜ୍ ମାଷ୍ଟର ପ୍ଲାନ ସମୀକ୍ଷା


 ଝାରସୁଗୁଡ଼ା ଜିଲ୍ଲାର ପୌରାଞ୍ଚଳରେ ଦୀର୍ଘ ଦିନରୁ ରହିଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସ ପୌରାଞ୍ଚଳର 'ଷ୍ଟର୍ମ ୱାଟର ଡ୍ରେନେଜ୍ ମାଷ୍ଟର ପ୍ଲାନ' ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଶ୍ରୀ ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତ ରହି ପ୍ରସ୍ତାବିତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସହରର ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ତଳିଆ ଅଞ୍ଚଳରେ ଜମି ରହୁଥିବା ପାଣିର ସମସ୍ୟା ଦୂର କରିବା ଏହି ମାଷ୍ଟର ପ୍ଲାନର ମୂଳ ଲକ୍ଷ୍ୟ। ସମସ୍ତ ବୈଷୟିକ ଦିଗକୁ ଅନୁଧ୍ୟାନ କରି ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରକଳ୍ପର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି ଯେପରି ଆଗାମୀ ବର୍ଷା ଦିନ ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରିବ। ଏହି ବୈଠକରେ ମ୍ୟୁନିସିପାଲିଟିର ଅନ୍ୟାନ୍ୟ ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done