ଟୋକନ ସମସ୍ୟା ଦୂରୀକରଣ ନେଇ ନେଇ ଝାରସୁଗୁଡାରେ ଜିଲ୍ଲାପାଳଙ୍କୁ ଅନୁରୋଧ ଲଖନପୁର ବ୍ଲକ ଭଅଁରଖୋଲ ସେବା ସମବାୟ ସମିତି ର ଚାଷୀମାନେ


 ଟୋକନ ସମସ୍ୟା ଦୂରୀକରଣ ନେଇ ନେଇ ଝାରସୁଗୁଡାରେ ଜିଲ୍ଲାପାଳଙ୍କୁ ଅନୁରୋଧ ଲଖନପୁର ବ୍ଲକ ଭଅଁରଖୋଲ ସେବା ସମବାୟ ସମିତି ର ଚାଷୀମାନେ l ଆଜି ଅପରାହ୍ନ ପ୍ରାୟ ୧ ଟାରେ ଭଅଁରଖୋଲ ସେବା ସମବାୟ ସମିତି ର ଚାଷୀ ମାନେ ଝାରସୁଗୁଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ  ଚାଷୀ ଙ୍କୁ ଧାନ ବିକ୍ରି ପାଇଁ ଆବଶ୍ୟକ ଟୋକନ ଏପର୍ଯ୍ୟନ୍ତ ମିଳିନଥିବା ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଚାଷ କରି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ ହେଁ ଆବ୍ଶ୍ୟକ ପରିମାଣ ର ଟୋକନ ନ ମିଳି କମ ଟୋକନ ମିଳିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି l 100 କ୍ୟୁଣ୍ଟାଲ ରୁ ଅଧିକ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଚାଷୀ ଙ୍କ କେବଳ ୭୫ କ୍ୟୁଣ୍ଟାଲ ର ଟୋକନ ଆସିଥିବା ବେଳେ ଯେଉଁମାନେ  କମ ପରିମାଣ ର ଜମି ରେଜିଷ୍ଟେସନ କରିଛନ୍ତି ସେମାନଙ୍କ ମଧ୍ୟ ଆବଶ୍ୟକ ପରିମାଣ ର ଟୋକନ ଆସିନାହିଁ l  ଯାହାଫଳରେ ଚାଷୀ ମାନେ ଧାନ ବିକ୍ରି କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନ୍ୟପଟେ ଯଦି ଶୀଘ୍ର ଚାଷୀ ଙ୍କୀ ଆବଶ୍ୟକ ପରିମାଣ ର ଟୋକନ ଯୋଗାଇ ଦିଆ ନଯାଏ ତେବେ ଚାଷୀ ମାନେ ନିଜ କଷ୍ଟ ଉତ୍ପାଦିତ ଫସଲ କୁ ଅତି କମ ଦରରେ ଦଲାଲ ଙ୍କ ହାତରେ ଟେକି ଦେବାକୁ ବାଧ୍ୟ ହେବୁ ବୋଲି ଚାଷୀମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ସହ 

ଚାଷୀ ମାନଂକୁ ଉପଯୁକ୍ତ ପରିମାଣ ର ଟୋକାନ କିପରି ମିଳି ପାରିବ ସେଦିଗରେ ଆପଣ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି l ଏନେଇ ଉପରସ୍ତ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଆଲୋଚନା କରି ସମଧାନ ର ବାଟ ବାହାର କରାଯିବ ବୋଲି ଜିଲ୍ଲାପାଳ ଚାଷମାନଙ୍କୁ ଆଶ୍ୱାସନା ଦେଇଛନ୍ତି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done