ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ (ଭା.ପ୍ର.ସେ) କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ଏଚ୍. କାଟାପାଲି ସ୍ଥିତ ମାନସିକ ଅନଗ୍ରସର କେନ୍ଦ୍ର (ମିଶନ ଆଶ୍ରା-୧) ଏବଂ ସୁଲଡିଆପଡ଼ା ସ୍ଥିତ ଜରାଶ୍ରମ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଏହି ଅଚାନକ ପରିଦର୍ଶନ ସମୟରେ କେନ୍ଦ୍ରର ପରିଚାଳନା ବିଷୟରେ ସମୀକ୍ଷା କରିଥିଲେ।ଏଥିସହ ଜିଲ୍ଲାପାଳ ଅନ୍ତେବାସୀଙ୍କ ଗହଣରେ କିଛି ସମୟ ବିତାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ କେନ୍ଦ୍ରରେ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ତେବାସୀମାନଙ୍କୁ ସମୟାନୁସାରେ ଉତ୍ତମ ଖାଦ୍ୟ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ଜିଲ୍ଲାପାଳ ବିଶେଷ କରି 'ସ୍ନେହ ସେତୁ' କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ଅନ୍ତେବାସୀମାନେ ବିଭିନ୍ନ ସମୟରେ ଉଦ୍ଧାର ହୋଇ କେନ୍ଦ୍ରରେ ରହୁଛନ୍ତି, ସେମାନଙ୍କ ଘରର ଠିକଣା ତୁରନ୍ତ ଖୋଜି ବାହାର କରିବାକୁ ସେ କେନ୍ଦ୍ର ଇନ-ଚାର୍ଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 'ସ୍ନେହ ସେତୁ' ମାଧ୍ୟମରେ ସେମାନଙ୍କୁ ନିଜ ପରିବାର ସହ ପୁନଃମିଳନ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ମିଶନ ଆଶ୍ରା-୧ ର ଅନ୍ତେବାସୀମାନଙ୍କ ଦ୍ୱାରା ତିଆରି କରାଯାଉଥିବା ବାଉଁଶ ହସ୍ତଶିଳ୍ପକୁ ସେମାନଙ୍କ ମାନସିକ ବିକାଶ ଓ ଆତ୍ମନିର୍ଭରଶୀଳତା ପାଇଁ ଏହା ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।


0 Comments