ଜିଲ୍ଲାପାଳଙ୍କ ଦ୍ୱାରା କିର୍ମିରା ଓ ଲାଇକେରା ବ୍ଲକର ଧାନ ସଂଗ୍ରହ କେନ୍ଦ୍ର ପରିଦର୍ଶନ


 ଝାରସୁଗୁଡ଼ା, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି କିର୍ମିରା ଏବଂ ଲାଇକେରା ବ୍ଲକର ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର (ମଣ୍ଡି) ପରିଦର୍ଶନ କରି ଚାଲୁ ରହିଥିବା ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ସରକାରଙ୍କ ଦ୍ୱାରା ନିର୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ  ଅନୁଯାୟୀ ଚାଷୀମାନେ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ଏବଂ ସେମାନଙ୍କ ପ୍ରାପ୍ୟ ସଠିକ୍ ସମୟରେ ପାଇପାରିବେ, ସେଥିପ୍ରତି ଜିଲ୍ଲାପାଳ ବିଶେଷ ଦୃଷ୍ଟି ଦେଇଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। ମଣ୍ଡିରେ ଚାଷୀଙ୍କ ପାଇଁ ଥିବା ଆନୁଷଙ୍ଗିକ ବ୍ୟବସ୍ଥାକୁ ମଧ୍ୟ ସେ ଅନୁଧ୍ୟାନ କରିଥିଲେ। ଏଥିସହିତ, ଜିଲ୍ଲାପାଳ ମଣ୍ଡିରେ ନିୟୋଜିତ ନୋଡାଲ ଅଫିସର ଏବଂ ମଣ୍ଡି ସୁପରଭାଇଜରମାନଙ୍କ ଉପସ୍ଥିତି ଯାଞ୍ଚ କରିଥିଲେ। ସମସ୍ତ ଅଧିକାରୀଙ୍କୁ ମଣ୍ଡିରେ ଉପସ୍ଥିତ ରହିବାକୁ ଏବଂ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done