ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅନୁରୋଧ କଲେ ଲୋଇସିଂହ ଗ୍ରାମପଞ୍ଚାୟତର ସରପଞ୍ଚ ସନାତନ ରୋହିଦାସ


 ଆଜି ଲୋଇସିଂହ ଗ୍ରାମପଞ୍ଚାୟତ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଭେଟି ଲିଖିତ ଅନୁରୋଧ କଲେ ଲୋଇସିଂହ ଗ୍ରାମପଞ୍ଚାୟତ ର ସରପଞ୍ଚ ସନାତନ ରୋହିଦାସ । ଲୋଇସିଂହ  ଠାରେ ଏକ ସ୍ମାର୍ଟ ମଡେଲ ମଣ୍ଡି ନିର୍ମାଣ,  ଇବ ନଦୀରେ ଏକ ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ, ପୂର୍ତ୍ତ ବିଭାଗ ଅଧିନରେ ଆସୁଥିବା ରାସ୍ତା ର ରାଜପୁର , ଫଲସାଢିପା, ବାରଖଣ୍ଡିଆ ଏବଂ ବଲଙ୍ଗିବାହାଲ ଗ୍ରାମ ବାହାରେ ବାଇପାସ୍ ରାସ୍ତା ନିର୍ମାଣ, ଏବଂ ଇବ ନଦୀ ଉପରେ ଲୋଇସିଂହା ଠାରୁ ଏଚ୍ କଟାପାଲି ପର୍ଯ୍ୟନ୍ତ ଏକ ବ୍ରିଜ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଉପରୋକ୍ତ ସମସ୍ୟା ଗୁଡିକ ର ସମାଧାନ ପାଇଁ ଜନସାଧାରଣ ଙ୍କ ଦ୍ଵାରା ବହୁତ ବର୍ଷ ରୁ ଦାବି ହେଉଥିବା ନେଇ ସରପଞ୍ଚ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ଜିଲ୍ଲାପାଳ ଉକ୍ତ ସମସ୍ୟା ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।  ଏହି ଅବସରରେ ୱାର୍ଡ ସଭ୍ୟ ମଦନ ରୋହିଦାସ, ଜିତେନ୍ଦ୍ର ନାଏକ, ରାକେଶ ପ୍ରଧାନ ଏବଂ ମଦନ ସେଠ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done