ଗ୍ରାହକ ଅଭିଯୋଗର ସମାଧାନ ନକଲେ ଟେଲିକମ୍ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ


 ଭାରତ ସରକାରଙ୍କ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ‘ବାର୍ଡ’ (BIRD) ପକ୍ଷରୁ ବିଞ୍ଜାପଲ୍ଲୀ ସ୍ଥିତ ମହିମା ସ୍ନାତକ ମହାବିଦ୍ୟାଳୟଠାରେ ଏକ ‘ଟେଲିକମ୍ ଅଭିଯୋଗ ସମାଧାନ ଓ ସାଇବର ନିରାପତ୍ତା ସଚେତନତା କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାକୁ ବ୍ରଜରାଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଚିନ୍ତାମଣି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିଏଜି ‘ବାର୍ଡ’ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ଲଖନପୁର ଅତିରିକ୍ତ ତହସିଲଦାର କୁଳମଣି ଦଳାଇ ଯୋଗଦେଇ ବର୍ତ୍ତମାନର ଡିଜିଟାଲ ଯୁଗରେ ଇ-ସେବା ଓ ଇଣ୍ଟରନେଟର ଅପରିହାର୍ଯ୍ୟତା ଉପରେ ଆଲୋକପାତ କରିଥିଲେ।

ଏଠାରେ ସୂଚନଯୋଗ୍ୟଯେ, ଭାରତରେ ସାଇବର ଅପରାଧ ଯୋଗୁଁ ବାର୍ଷିକ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାର କ୍ଷତି ହେଉଛି, ଯାହା ଦେଶର ଜିଡିପିର ପ୍ରାୟ ୦.୭ ପ୍ରତିଶତ। ଏହା ଦେଶର ଅର୍ଥନୈତିକ ପ୍ରଗତିରେ ଏକ ବଡ଼ ବାଧକ। ବିଦେଶୀ ଆପ୍ ମାଧ୍ୟମରେ ପ୍ରତି ମିନିଟରେ ଗ୍ରାହକମାନେ ଠକାମିର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସାଇବର ଥାନା ଅଧିକାରୀ ଅଜଣା ଲିଙ୍କ୍, ଫେକ୍ ୱେବସାଇଟ୍ ଏବଂ ସନ୍ଦେହଜନକ ମେସେଜ୍‌ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ‘ଓଟିପି’ (OTP) କାହାରିକୁ ସେୟାର ନକରିବାକୁ ସେ କଡ଼ା ଚେତାବନୀ ଦେଇଥିଲେ।

ଶିକ୍ଷାବିତ୍ ସୁଦାମ ଡାକୁଆ ଟ୍ରାଇ ପ୍ରଦତ୍ତ ବିଭିନ୍ନ ଆପ୍ ଯଥା: DND (ଡିଏନ୍‌ଡି), ମାଇ ସ୍ପିଡ୍ (MySpeed), ସଞ୍ଚାର ସାଥୀ, ଚକ୍ଷୁ ଆପ୍ ଏବଂ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।

ଝାରସୁଗୁଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ, ବିଶେଷ କରି ଲଖନପୁର ବ୍ଲକର ପ୍ରାୟ ୩୭୨ଟି ଗ୍ରାମରେ ଟେଲିକମ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଯେପରିକି ୩୦ ଦିନ ବଦଳରେ ୨୮ ଦିନର ବୈଧତା ଏବଂ ବର୍ଦ୍ଧିତ ରିଚାର୍ଜ ପ୍ଲାନକୁ ସଂଶୋଧନ କରାଯାଉ। ଅଭିଯୋଗ ପ୍ରକ୍ରିୟାକୁ ଓଡ଼ିଆ ଭାଷାରେ ସହଜ ଓ ସୁଗମ କରାଯାଉ । ଏବଂ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ।

ସିଏଜି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ ଯେ, ଯଦି କୌଣସି ଟେଲିକମ୍ କମ୍ପାନୀ ଟ୍ରାଇର ନିୟମ ଉଲ୍ଲଂଘନ କରନ୍ତି କିମ୍ବା ଗ୍ରାହକ ସେବାରେ ଅବହେଳା କରନ୍ତି, ତେବେ ସେମାନଙ୍କ ଉପରେ ମୋଟା ଅଙ୍କର ଅର୍ଥଦଣ୍ଡ ସହ ସେବା ନିଷେଧାଦେଶ ମଧ୍ୟ ଜାରି କରାଯାଇପାରେ। ଏହି କର୍ମଶାଳାରେ ବିଏସଏନଏଲ, ଏୟାରଟେଲ ଏବଂ ଜିଓର କ୍ଷେତ୍ର ଅଧିକାରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିକ୍ଷା ବିଭାଗ ପ୍ରମୁଖ ସୁବ୍ରତ କୁମାର ବଢାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ବିରଞ୍ଚି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done