ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକ ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ (ଆଇଏଏସ) ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ କିଶୋର ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ରହିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଜିଲ୍ଲାପାଳ ଶ୍ରୀ ଚହ୍ବାଣ, ବିଭିନ୍ନ ବିଭାଗର ଅଧିକାରୀ ତଥା ରାଜସ୍ୱ ଅଧିକାରୀମାନଙ୍କୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବରେ ଝାରସୁଗୁଡ଼ା ଖଣି ଅଧିକାରୀଙ୍କୁ ବେଆଇନ କ୍ଷୁଦ୍ର ଖଣିଜ ଦ୍ରବ୍ୟ ପରିବହନକୁ ଯାଞ୍ଚ କରିବା ଏବଂ ସରକାରୀ ଗାଇଡଲାଇନ ଅନୁଯାୟୀ ବେଆଇନ ପରିବହନକାରୀଙ୍କ ଉପରେ ଜୋରିମାନା ଲଗାଇବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ, ସମସ୍ତ ତହସିଲଦାରମାନଙ୍କୁ ଓଡ଼ିଶା ଭୂ-ସଂସ୍କାର ଅଧିନିୟମ, ୧୯୬୦ ର ଧାରା (8-1-C) ଅନୁଯାୟୀ ଜମି ମାମଲା ଚିହ୍ନଟ କରିବା ଏବଂ ମାମଲା ରୁଜୁ କରିବା ପାଇଁ ଉପରୋକ୍ତ ଅଧିକାରୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done