ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମହୋତ୍ସବ ପାଇଁ ଗଠିତ ପ୍ରତ୍ୟେକ କମିଟିର ପ୍ରସ୍ତୁତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମୁଖ୍ୟତଃ ଅର୍ଥ କମିଟି, ସାଂସ୍କୃତିକ କମିଟି, ଶୋଭାଯାତ୍ରା, ରହଣି ଓ ପରିବହନ, ସ୍ମରଣିକା, ମୁଦ୍ରଣ ଓ ପ୍ରଚାର, ଏବଂ ଖାଦ୍ୟ କମିଟିର କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା। ଏହା ସହିତ ମଞ୍ଚ ପରିଚାଳନା, ଷ୍ଟଲ୍ ଆବଣ୍ଟନ, ଟ୍ରାଫିକ ନିୟନ୍ତ୍ରଣ ଏବଂ ରକ୍ତଦାନ ଶିବିର ଆୟୋଜନ ପାଇଁ ଧାର୍ଯ୍ୟ ହୋଇଥିବା ରୂପରେଖର ଚୂଡ଼ାନ୍ତ ପ୍ରକ୍ରିୟା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଖ୍ୟାତନାମା ସାଂସ୍କୃତିକ ଅନୁଷ୍ଠାନର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ଏହି ପାଞ୍ଚଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଏହି ବୈଠକରେ ଅଣ-ସରକାରୀ ସଦସ୍ୟମାନେ ମଧ୍ୟ ନିଜ ନିଜର ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।
ଏହି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜ ବନ୍ଧୁ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଏବଂ ଆଇଏଏସ ପ୍ରୋବେସନାରୀ ଅଧିକାରୀ ଶ୍ରୀ ପ୍ରଜ୍ଞାନ ନନ୍ଦନ ଗିରି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଏକ ପ୍ରେସ୍ ବ୍ରିଫିଂ ମାଧ୍ୟମରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରି ମହୋତ୍ସବର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏଥିସହ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମହୋତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସହଯୋଗ କାମନା କରିଥିଲେ।


0 Comments