ୟଙ୍ଗ ଷ୍ଟାରସ ଚେରିଟେବୁଲ ଟ୍ରଷ୍ଟ ଓ ସହିଦ ଗଣେଶ ଉପାଧ୍ୟାୟ ସ୍କୃତି ଚାରଣ କମିଟିର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତା ସଂଗ୍ରାମୀ ସହିଦ ଗଣେଶ ଉପାଧ୍ୟାୟ ଙ୍କର ୨୧୭ତମ ଜନ୍ମ ଜୟନ୍ତୀକୁ ହର୍ଷ ଉଲ୍ଲାସ ସହିତ ପାଳିତ ହୋଇ ଯାଇଛି।ଏହି ଉତ୍ସବ ଅବସରରେ ବିଶିଷ୍ଟ ସାହିତ୍ୟିକ ସୀତାରାମ ବିର୍ତ୍ତିଆ, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସଭାପତି ବାଳଗୋବିନ୍ଦ ମିଶ୍ର, ଝାରସୁଗୁଡା ମହିଳା ବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଟହଲୁ ସାହୁ, ବରିଷ୍ଠ ସାମ୍ବାଦିକ ତପସ୍ୱି ଲାଲ ତିୱାରୀ, ଅଧ୍ୟାପିକା ମନ୍ଦାକିନୀ ଶତପଥି (ମୁଖ୍ୟ ବକ୍ତା ) ସ୍ୱାଧୀନତା ସଂଗ୍ରାମୀ ଙ୍କ ଦାୟାଦ ସହିଦ ଗଣେଶ ଉପାଧ୍ୟାୟ ଙ୍କ ଦାୟାଦ ମିନା ଉପାଧ୍ୟାୟ ମଞ୍ଚାସିନ ହୋଇଥିବା ବେଳେ ଟ୍ରଷ୍ଟ ର ନିର୍ଦେଶକ ଅନନ୍ତରାମ ସାହୁ ଅତିଥି ପରିଚୟ ତଥା ଅତିଥି ସ୍ୱାଗତ କରିଥିଲେ | ସଭାପତି ଇଂ ଅରବିନ୍ଦ ବାରିକ ସଭା ରେ ସଭାପତିତ୍ୱରେ ସଭା ସଂଚାଳନ ହୋଇଥିଲା ସହିଦ ଙ୍କ ସମ୍ମାନାର୍ଥେ ସହରର ସାମାଜିକ ସଂଗଠନ, ବରିଷ୍ଠ ନାଗରିକ ,ଆଇନଜୀବୀ, ବୁଦ୍ଧିଜୀବୀ ଅଧ୍ୟାପକ, ଶିକ୍ଷକ, ଶିକ୍ଷୟତ୍ରୀ ,ଯୁବ ସମାଜ ସମେତ ପ୍ରତ୍ୟେକ ବର୍ଗ ର ଲୋକ ଅତି ଉତ୍ସାହ ସହିତ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ| ଅପରାହ୍ନ ୩ଟା ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ସହିଦଙ୍କ ଜନ୍ମସ୍ଥାନ ସିଂହାବଗା ସହିଦ ପୂଜା କରୁଥିବା ୨୦୦ ବର୍ଷ ପୁରୁଣା ସମଲେଇ ମନ୍ଦିର ରେ ପ୍ରଥମେ ପୂଜା କରିବା ପରେ ବିଜୁନଗର ସ୍ଥିତ ନବ ଦାସ ସ୍ମାର୍ଟ ପାର୍କ ରେ ସହିଦ ଙ୍କ ମୂର୍ତି ସମେତ ସହିଦ କରୁଣାକର ସିଂ,ସ୍ୱାଧୀନତା ସଂଗ୍ରାମୀ ଯଥା ତୁଳସୀ ଦେବୀ,ଚିନ୍ତାମଣି ପୂଜାରୀ ଓ ବିହାରିରାମ ତନ୍ତୀଙ୍କ ମୂର୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ସଭା ପ୍ରାରମ୍ଭ ରେ ସହିଦ ଙ୍କ ପରିବାର ତରଫରୁ ବିପୁଳ ଚନ୍ଦ୍ର ଉପାଧ୍ୟାୟ ସହିଦ ଙ୍କ ବିଷୟ ରେ ଇଂରେଜ ସରକାର ର ଅକଥନୀୟ ଅତ୍ୟାଚାର ଓ ପରେ ସମ୍ବଲପୁର ଜେଲ ରେ ଫାଶୀ ବିଷୟ ରେ ବିଷଦ ବିବରଣୀ କହିଥିଲେ | ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ ଓ ଏହି ମିଳିତ ଉଦ୍ୟମ ଯୋଗୁ ସହିଦ ଙ୍କର ସ୍ମୃତିରକ୍ଷା ହୋଇପାରୁଥିବାରୁ ଆୟୋଜକ ମଣ୍ଡଳୀ କୁ ସାଧୁବାଦ ଜଣାଇଥିଲେ | ଏହି କାର୍ଯ୍ୟକ୍ରମ ରେ ସହିଦ ଗଣେଶ ଉପାଧ୍ୟାୟ ଙ୍କ ଉପରେ ଏକ ଆଲୋଚନା ଚକ୍ର ଓ ସାହିତ୍ୟ ଆସରକୁ ବିବେକାନନ୍ଦ ମିଶ୍ର ସଂଯୋଜନା କରିଥିଲେ l କଣ୍ଠ ଶିଳ୍ପୀ ରାଜଶ୍ରୀ ତ୍ରିପାଠୀଙ୍କ ଦେଶାତ୍ମ ବୋଧକ ସଂଗୀତ ସହିଦଙ୍କ ପ୍ରତି ସମର୍ପିତ ଥିଲା| ରାଇଜ ଅପ ଡ୍ୟାନ୍ସ ଗ୍ରୁପ ତରଫ ରୁ ସହିଦଙ୍କ ଜୀବନୀ ଉପରେ ସୁନ୍ଦର ଭାବେ ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ କରି ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ୧୫ ଜଣ ସ୍ଵଧୀନତା ସଂଗ୍ରାମୀ ଙ୍କ ଦାୟାଦ ଙ୍କୁ ସମ୍ବର୍ଧନା ଦିଆ ଯାଇଥିଲା ପ୍ରଥମ ଥର କରି ସରବାହାଲ ସ୍ଥିତ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ରେ ମଧ୍ୟ ସହିଦ ୨୧୭ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା | ଟ୍ରଷ୍ଟ କର୍ମକର୍ତା ମାନଙ୍କ ମଧ୍ୟରେ ଦୟାସାଗର ପ୍ରଧାନ,ବିଜୟ ସାଇଗଲ,ଭାର୍ଗବ ବିର୍ତ୍ତିଆ,ମନୋଜ ପଣ୍ଡା ଟିଙ୍କୁ ନାଏକ, ଜୟକୃଷ ବଗାର ପ୍ରମୁଖ ଓ ଅନ୍ୟାନ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ| ସାଂସ୍କୃତିକ ସଚିବ ଆଲୋକ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ
0 Comments