ଆଜି ରେଳ ବିଭାଗର ଚକ୍ରଧରପୁର ଡିଭିଜନ ର ଡି ଆର ଏମ ଝାରସୁଗୁଡା ଗସ୍ତରେ ଆସି ଥିବା ବେଳେ ସହରର ବିଭିନ୍ନ ସମସ୍ୟା ନେଇ ବିଧାୟକ ଟଙ୍କଧର ତ୍ରିପାଠୀ ଆଲୋଚନା କରିଛନ୍ତି I ଝାରସୁଗୁଡା ମୁଖ୍ୟ ରାସ୍ତା ର ଉନ୍ନତି କରଣ ସହ ଡ୍ରେନେଜ ସମସ୍ୟା ଉପରେ ଆଲୋଚନା କରିଥିଲେ I ବିଶେଷକରି ସହରର ପୁରୁଣା ବସ୍ ଷ୍ଟାଣ୍ଡ ଠାରୁ ଝଣ୍ଡା ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ସହ ଜନସାଧାରଣ ଙ୍କ ଯାତାୟାତ ପାଇଁ ରାସ୍ତା ନିର୍ମାଣ ଉପରେ ଜୋର ଦେଇଥିଲେ I ଏହାସହ ରେଳ ବିଭାଗ ଅଧୀନରେ ଥିବା ସ୍କୂଲର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ I ଯାହାଫଳରେ ରେଲୱେ କଲୋନୀରେ ରହୁଥିବା ସାଧାରଣ ଜନତା ଉପକୃତ ହୋଇପାରିବେ I ଆଜି ଗସ୍ତରେ ବିଧାୟକ ତ୍ରିପାଠୀ, ଡି ଆର ଏମ ଓ ଜିଲ୍ଲପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ରାସ୍ତାରେ ଚାଲି ଚାଲି ଯିବା ସହ ସହରରେ ହେଉଥିବା ସମସ୍ୟା ଉପେର ଆଲୋଚନା କରିଥିଲେ I
0 Comments