ସମ୍ବଲପୁରୀ ଦିନ ର ଅଭିନନ୍ଦନ


 ଆଜି ହେଉଛି ଅଗଷ୍ଟ ୧ ତାରିଖ । ଆଉ ଏହି ଦିନକୁ ସମ୍ବଲପୁରୀ ଦିବସ ଭାବରେ ପାଳନ କରାଯାଏ । ଆଉ ଆଜି ହେଉଛି ସମ୍ବଲପୁରୀ ଭାଷା ସାହିତ୍ୟ ପରମ୍ପରାର ସମୃଦ୍ଧିର ଦିନ । ଆଜିର ଦିନରେ ସମସ୍ତ ପଶ୍ଚିମ ଓଡିଶା ବାସୀ ସମ୍ବଲପୁରୀ ପାରମ୍ପରିକ ପୋଷାକ ପରିଧାନ କରିବା ସହ ଖାଇବା ଠୁଁ ଆରମ୍ଭ କରି ଭାଷା, ସଙ୍ଗୀତ ସବୁ ସମ୍ବଲପୁରୀ ହିଁ ବ୍ୟବହାର କରିଥାନ୍ତି । ଏହି ଦିନ ଟିକୁ ପାଳନ କରିବା ର ମଧ୍ୟ ଏକ ବିଶେଷ କାରଣ ରହିଛି । ଆଉ ସେହି କାରଣ ହେଉଛି ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିବସ । ଗୁରୁ ସତ୍ୟ ନାରାୟଣ ବୋହିଦାର୍ ସମ୍ବଲପୁରୀ ପରମ୍ପରା , ସାହିତ୍ୟ, ଭାଷାକୁ କିପରି ଜୀବିତ ରଖା ଯାଇପାରିବ ସେଥିପାଇଁ ବହୁ ପ୍ରୟାସ କରିଥିଲେ । ଆଉ ତାଙ୍କ ସେହି ପ୍ରୟାସ କିପରି ବ୍ୟର୍ଥ ନ ଯାଏ ସେଥିପାଇଁ ତାଙ୍କ ଜନ୍ମ ଦିବସକୁ ସମ୍ବଲପୁରୀ ଦିବସ ଭାବରେ ପାଳନ କରାଯାଉଛି । ଏହି ଦିନ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ଯୁବ ପିଢ଼ିକୁ ସମ୍ବଲପୁରୀ ଦିନ ମହତ୍ତ୍ଵ କଣ ଅଟେ ତାହା ଅବଗତ କରେଇବା ପାଇଁ ଏହି ଦିନକୁ ଉତ୍ସାହର ସହ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଏ । ଆଉ ଆଜି ସାରା ପଶ୍ଚିମ ଓଡିଶା ରସରକେଲି, ଡାଲଖାଈ ଏବଂ ଗଣା ବଜାର ତାଳେ ତାଳେ ନାଚି ବେଶ୍ ଧୁମଧାମରେ ସମ୍ବଲପୁରୀ ଦିନ ପାଳନ କରିବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done