ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁରେ ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିର ରେ ଶୋକସଭା


 ପଞ୍ଚପଡା ଶିଶୁବିକାଶ ବିଦ୍ୟାମନ୍ଦିର ପରିସରରେ ଏଫ୍. ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ  ବିଶିଙ୍କ ଦେହାନ୍ତ ଅବସରରେ ଏକ ଶୋକାକୁଳ ପରିବେଶରେ ବିଦ୍ୟାଳୟର ସମସ୍ତ ଶିଶୁ ଭାଇଭଉଣୀ ଓ ଗୁରୁଜୀ / ଗୁରୁମା ମାନଙ୍କୁ ନେଇ ଶୋକସଭାର ଆୟୋଜନ କରାଯାଇ ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ସଭାକାର୍ଯ୍ୟକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ମନ୍ଦାକିନୀ ମାକର ଆୟୋଜନ କରଥିଲେ । ବିଦ୍ୟାଳୟ ର ସମ୍ପାଦକ ଦିଗାମ୍ବର ମାଝୀ ଅନ୍ୟାୟର ପ୍ରତିବାଦ କରି ସୌମ୍ୟଶ୍ରୀ ଭଉଣୀ ନିଜେ ଏକାକୀ ଲଢ଼ି ନିଜ ଜୀବନକୁ ବାଜି ଲଗାଇ ସାରା ଓଡିଶାର ସମସ୍ତ ଶିକ୍ଷାର୍ଥୀ ଭାଇଭଉଣୀ ଙ୍କ  ପାଇଁ ପ୍ରେରଣାର ଉତ୍ସହୋଇ ପାରିଛନ୍ତି ବୋଲି ତାହାହିଁ ନିଜ ଶୋକବାର୍ତ୍ତାରେ  କହିଥିଲେ । ବିଦ୍ୟାଳୟର ଶିଶୁ ଭାଇ ସାଇକ୍ରିଷ୍ଣା  ମାଝୀ ଆଜି ଆମକୁ ସ୍ୱାଭିମାନ ଓ ସ୍ୱାଧୀନ ଶିକ୍ଷା ପାଇଁ ଏ ପ୍ରକାର ଶୋଭାର ବାର୍ତ୍ତା ରହିଛି ବୋଲି କହିଥିବାବେଳେ ଭଉଣୀ ସଂପୂର୍ଣ୍ଣା ପ୍ରିୟଦର୍ଶିନୀ ସୌମ୍ୟାଶ୍ରୀ ଭଉଣୀଙ୍କ  ପରି ଆମେ ମଧ୍ୟ କୌଣସି କ୍ଷେତ୍ରରେ ଅନ୍ୟାୟକୁ ପ୍ରସୟ ଦେବୁ ନାହିଁ ବୋଲି ନିଜର ମତାମତ ରଖିଥିଲେ । ବିଦ୍ୟାଳୟର ଝରଣା ସାହୁ, ବୀଣାପାଣି ପ୍ରଧାନ, ମୈଥିଲୀ ସାହୁ, ଚନ୍ଦ୍ରିକା କିଷାନ ଓ ଶିବାନୀ ସାହୁଙ୍କ ତତ୍ତ୍ବାବଧାନରେ ଶିଶୁମାନେ ସୌମ୍ୟାଶ୍ରୀ ବିଶି ଙ୍କ  ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଅମୟ ନାଏକ ଓ କୁସୁମ ନଇ ଉକ୍ତ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ କୋଷାଧକ୍ଷ ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done