ଝାରସୁଗୁଡା ଜିଲ୍ଲାପାଳଙ୍କର ହକି ଷ୍ଟାଡିଅମ ପରିଦର୍ଶନ


 ଆଜି ପୂର୍ବାହ୍ନ 10ଟା ରେ  ଝାରସୁଗୁଡା ଜିଲ୍ଲାପାଳ ତଥା ଜିଲ୍ଲା ହକି ସଂଘର ସଭାପତି ଅବୋଲି ସୁନୀଲ ନରୱନେ ସ୍ଥାନୀୟ ଏଚ.କଟାପାଲି ଠାରେ ଥିବା ଜିଲ୍ଲା ହକି ପଡିଆକୁ ପରିଦର୍ଶନ କରିଥିଲେ l ଆସନ୍ତା ଏପ୍ରିଲ 18 ରୁ 20 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ରାଜ୍ୟ 5 ଏ ସାଇଡ ବାଳିକା ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଓଡିଶା ଓ ବାହାର ରାଜ୍ୟରୁ ଆସୁଥିବା ବାଳିକା ଖେଳାଳି ମାନଙ୍କର ରହିବା ବ୍ୟବସ୍ଥା, ପଡିଆର ପ୍ରସ୍ତୁତି ଓ ଅତିଥି ମାନଙ୍କ ଉପରେ ରାଜ୍ୟ ହକି ସଂଘର ଉପସଭାପତି ଜୀବନ ମହାନ୍ତିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ l

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶାରେ ହକି ଓଡିଶା ଗଠନ ପରେ ପ୍ରଥମଥର ଝାରସୁଗୁଡାରେ 5 ଏ ସାଇଡ ସବ ଜୁନିଅର ବାଳିକା ପ୍ରତିଯୋଗିତା ହେବାକୁ ଯାଉଛି l ଏହି ପ୍ରତିଯୋଗିତାରେ ବିହାର,ଛତିଶଗଡ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଓଡିଶାର  9 ଟି ଦଳ ଅଂଶଗ୍ରହଣ କରୁଛନ୍ତି l ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ନିଜେ ସମୀକ୍ଷା କରୁଛନ୍ତି l ଏହି ଆଲୋଚନା ସମୟରେ ଝାରସୁଗୁଡା ଜିଲ୍ଲା ହକି ସଙ୍ଘର ଗଣେଶ ନାୟକ, କ୍ଳେମେଣ୍ଟ ରୋନଲଡ଼, ଅଶ୍ୱିନୀ ପାଣ୍ଡେ, ସୁଶାନ୍ତ ବେହେରା, ଜିଲ୍ଲାରେ କୋଚ ଭାବେ ରହିଥିବା ସୁଜିତ ଲାକ୍ରା, ପ୍ରଫୁଲ୍ଲ କୁଲ୍ଲୁ ଓ ସୁଜିତ ଲାକ୍ରା ଉପସ୍ଥିତ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done