ବ୍ରଜରାଜନଗର ସ୍ଥିତ ପେପର ମିଲ ଭିତରୁ ଗଳିତ ମୃତଦେହ ଉଦ୍ଧାର


 ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ପେପର ମିଲ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର କଲା ବ୍ରଜରାଜନଗର ପୋଲିସ। ଚୋରି କରିବା ଉଦ୍ଦେଶ୍ୟ ରେ ଚନ୍ଦ୍ର ମୋହନ ସିଂହ ନାମକ ଜଣେ ବ୍ୟକ୍ତି ଓରିଏଣ୍ଟ ପେପର ମିଲ ଭିତରକୁ ପଶିଥିଲେ। ତେବେ ସେ କାରଖାନାକୁ ପ୍ରବେଶ କଲାବେଳେ ଛାତରୁ ଖସି ପଡ଼ି ତାଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ ଦ୍ଵାରା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଓରିଏଣ୍ଟ ପେପର ମିଲ ର କର୍ମକର୍ତ୍ତା ମାନେ ପୁରୁଣା furniture ବାହାର କରୁଥିବା ସମୟରେ ଭିତରୁ ଅତି ଦୁର୍ଗନ୍ଧ ବାହାରିଥିଲା। ଫଳରେ ପେପର ମିଲ୍‌ର ସୁରକ୍ଷା ଅଧିକାରୀ ପ୍ରକାଶ ନାରାୟଣ ସିଂହ ଆହୁରି ଦୁର୍ଗନ୍ଧ କଉଠୁ ଆସୁଛି ବୋଲି ଖୋଜବିନ କରିବାରୁ ସେ ଚନ୍ଦ୍ର ମୋହନ ଙ୍କ ଗଳିତ ମୃତଦେହ ଠାବ କରିଥିଲେ। ଶୀଘ୍ର ପ୍ରକାଶ ନାରାୟଣ ସିଂହ ଏ ନେଇ ବ୍ରଜରାଜନଗର ଥାନାକୁ ତୁରନ୍ତ ଘଟଣା ବିଷୟରେ ସୂଚନା ଦେଇଥିଲେ I ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକ ଜଣକ ବ୍ରଜରାଜନଗର ୨ନମ୍ବର କୂଳତାପଡ଼ାରେ ଭଡ଼ାରେ ରହୁଥିଲେ ବୋଲି ବ୍ରଜରାଜନଗର ଏସଡ଼ିପିଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done