ରାଜ୍ୟରେ ତାତି ବଢ଼ୁଥିବା ବେଳେ ଆବଶ୍ୟକ ପଡିଲେ ଜିଲ୍ଲାପାଳ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି


 ଜିଲ୍ଲାପାଳଙ୍କୁ ଦିଆଗଲା ବଡ଼ ଦାୟିତ୍ଵ । ଆବଶ୍ୟକ ସ୍ଥଳେ ସ୍କୁଲ୍ ବନ୍ଦ୍ ପାଇଁ ନେବେ ନିଷ୍ପତି ।

ଖରା ଛୁଟିର ନିଷ୍ପତି ନେଇପାରିବେ ଜିଲ୍ଲାପାଳ । 

ଖରା ଛୁଟିର ନିଷ୍ପତି ଏବେ ଜିଲ୍ଲାପାଳଙ୍କ ହାତରେ ଦିଆଯାଇଛି ।

ଏନେଇ ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଛି ସୂଚନା । 

ଜିଲ୍ଲାରେ ଖରାର ପ୍ରବାହ ଦେଖି ଜିଲ୍ଲାରେ ସ୍କୁଲ୍ କଲେଜ୍ ଛୁଟି ହେବ କି ନାହିଁ ତାହାର ନିଷ୍ପତି ନେବେ ଜିଲ୍ଲାପାଳ । 

ଗ୍ରୀଷ୍ମ ପ୍ରବାହକୁ ନେଇ ଖୁବ୍ ଶୀଘ୍ର ସମୀକ୍ଷା ହେବ । ଆଉ ଦୁଇ ଦିନ ପରେ ସମୀକ୍ଷା ହେବ ତା ପରେ ଜାରି ହେବ ନିର୍ଦ୍ଦେଶାବଳୀ । ହେଲେ  SOP ବାହାରେ ଜିଲ୍ଲାପାଳ ନିଷ୍ପତି ନେଇପାରିବେ ବୋଲି ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଜିଲ୍ଲା ରେ ଯଦି ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହୁଏ କିମ୍ବା ଅତ୍ୟଧିକ ଖରା ବୃଦ୍ଧି ହୁଏ ତେବେ ସମସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଛୁଟି ପାଇଁ ନିଷ୍ପତି ନେବେ । ଜିଲ୍ଲାପାଳଙ୍କ ହାତରେ ସ୍କୁଲ ବନ୍ଦ ନିଷ୍ପତ୍ତି  ରହିଛି । ରାଜ୍ୟରେ ତାତି ବଢୁଥିବା ବେଳେ ସ୍କୁଲ ଛୁଟିକୁ ନେଇ ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ଥ‌ିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ସ୍କୁଲ ସକାଳୁଆ ଥିବା ବେଳେ SOP ବାହାରେ ନିଷ୍ପତ୍ତି ନେବାପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ସମ୍ପୂର୍ଣ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତ ନେଇପାରିବେ ବୋଲି ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done