ଝାରସୁଗୁଡ଼ା ରେ ତାପମାତ୍ରା ବୃଦ୍ଧି କୁ ଦୃଷ୍ଟିରେ ରଖି ଆଜି ସମସ୍ତ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଲେ ଜିଲ୍ଲାପାଳ। ଝାରସୁଗୁଡ଼ା ସାରା ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର ଭାବରେ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଝାରସୁଗୁଡ଼ା ବିଧାୟକ ଏକ ଚିଠି ଲେଖି ସ୍କୁଲ ଛୁଟି କରାଯିବା ବିଷୟରେ ଅନୁରୋଧ କରିଥିଲେ। ତେବେ ଏ ନେଇ ଜିଲ୍ଲାପାଳ ଆଜି ଏପ୍ରିଲ ୨୩ ରୁ ୨୫ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବ ବୋଲି ନୋଟିସ ଜାରି କରିଛନ୍ତି। ଏହା ଦ୍ବାରା ସ୍କୁଲ ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ।
0 Comments