ଝାରସୁଗୁଡା ସହରରେ ରାମ ନବମୀ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ


 ଚଳିତ ବର୍ଷ ପାଳିତ ହେବାକୁ ଥିବା ରାମ ନବମୀ କୁ ନେଇ ଜିଲ୍ଳାର ସମସ୍ତ ଆଖଡ଼ା କମିଟି ସହିତ ଜିଲ୍ଲା ପ୍ରଶାସନ ର ଶାନ୍ତି ବୈଠକ।

ଝାରସୁଗୁଡ଼ା ରେ ପାଳିତ ହେବାକୁ ଯାଉଛି ରାମନବମୀ। ଏ ନେଇ ଜିଆରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ସେ ନେଇ ପୋଲିସ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି। ତେବେ ଏ ନେଇ ଝାରସୁଗୁଡ଼ା ଥାନା ପରିସରରେ ସମସ୍ତ ୨୪ଟି ଆଖଡ଼ା କମିଟି ସଦସ୍ୟଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶୋଭାଯାତ୍ରା ର ସମସ୍ତ ବ୍ୟବସ୍ଥା , ଶୋଭାଯାତ୍ରାରେ ଡିଯେ ର ଶବ୍ଦ ଏବଂ ଶୋଭାଯାତ୍ରାରେ ଯେପରି କୌଣସି ବ୍ୟକ୍ତି ନିୟମର ଅନୁପାଳନ ନ କରନ୍ତି  ସେନେଇ କମିଟି ସଦସ୍ୟଙ୍କୁ ସୂଚିତ କରାଯାଇଛି। ତେବେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗଳବଜାର, ପୁରୁଣାବସ୍ତି, ବୁରୋମାଲ, ବଙ୍ଗାଳୀପଡ଼ା, ମୁଙ୍ଗାପଡ଼ା, ଭାଟିପଡ଼ା, ବ୍ଲକ କଲୋନି, ସରବାହାଲ, ମାରୱାଡ଼ିପଡ଼ା, ଗୋଶାଳା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚ ରାମନବମୀ ପର୍ଯ୍ୟନ୍ତ ହେବ ଏବାଗ ଏହା ସହିତ ରାମନବମୀ ଦିନ ହେବାକୁ ଥିବା ବାଇକ ରେଲୀ ସମୟରେ ମଧ୍ୟ ୨ ପ୍ଲାଟୁନ୍ ପୁଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done