ପଞ୍ଚପଡା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସର ରେ ଓଡ଼ିଆ ପକ୍ଷ ର ଦ୍ଵାଦଶ ଦିବସ କୁ ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଜଗନ୍ନାଥ ବେହୁରିଆ ଓ ତାଙ୍କ ପତ୍ନୀ ଶ୍ରୀମତୀ ସ୍ମିତା ରାଣୀ ଦଳାଇ ମୁଖ୍ୟ ଅତିଥି ଭାବରେ ଉଦ୍ଘାଟନ କରିଥିଲେ। ପଞ୍ଚାପଡା ସିଆରସିସି ଶ୍ରୀଯୁକ୍ତ ସୁରଜ ପଟେଲ ମଞ୍ଚାସିନ ଅତିଥି ଭାବରେ ଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ବିଦ୍ୟାଳୟ ର ସମ୍ପାଦକ ଦିଗାମ୍ବର ମାଝୀ,ପ୍ରଧାନ ଆଚାର୍ଯ୍ୟ। ମମତା ସିଂହ, କୋଷାଧ୍ୟକ୍ଷା ପ୍ରିୟଙ୍କା ସହୁଆଡ଼ି ମଞ୍ଚାସିନ ଥିବା ବେଳେ ବିଦ୍ୟାଳୟ ର ବଶିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର୍ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଧାନ କରିଥିଲେ।ଉକ୍ତ ଉତ୍ସବରେ ଶିଶୁଙ୍କ ମଧ୍ୟରେ ଓଡ଼ିଆ ସୁଲିଖନ,ଓଡ଼ିଆ ଅସ୍ମିତା ଉପରେ ତର୍କ ଓ ଓଡ଼ିଆ ଭାଷା ର ପ୍ରସାର ପାଇଁ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତା ଗୁଡ଼ିକୁ ଆଚାର୍ଯ୍ୟ। ଚନ୍ଦ୍ରିକା କିଶାନ୍,ରଞ୍ଜିତା ନାଏକ, ବୀଣାପାଣି ପ୍ରଧାନ,ତାରିଣୀ ପ୍ରିୟା ମହାନ୍ତି ପରିଚାଳନା କରିଥିଲେ।ପ୍ରତିଯୋଗିତାରେ ଭାଇ ସାଇ କ୍ରିଷ୍ଣା ମାଝୀ, ଭବେଶ ବେହେରା, ସ୍ନେହାଶ୍ରୀ ବିଶ୍ଵାଳ, ଶାଲିନି ପଟେଲ, ଲାଲ୍ ଶ୍ରେୟାଂଶ ସିଂହ, ମୌସୁମୀ ପଟେଲ,ସମ୍ପୂର୍ଣ୍ଣ। ପ୍ରିୟଦର୍ଶିନୀ ନାୟକ ଆଦି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ଭାଇ ଭଉଣୀ ଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଆ ପକ୍ଷ ପାଳନ ଅବସର ରେ ଓଡ଼ିଆ ସୁଲିଖନ ପୁସ୍ତକ ଦିଆଯାଇଥିଲା।ଓଡ଼ିଆ ଅସ୍ମିତା ଉପରେ ହୋଇଥିବା ସାହିତ୍ୟିକ ଆଲୋଚନା ଚକ୍ରରେ ଓଡ଼ିଆ ଅସ୍ମିତା କହିଲେ ଓଡ଼ିଆ ର ପ୍ରକୃତ ସ୍ୱାଭିମାନ ବୋଲି ସମ୍ପାଦକ ଶ୍ରୀ ମାଝୀ ମନ୍ତବ୍ୟ ରଖିଥିଲେ।ଏହି ସାହିତ୍ୟିକ ଆଲୋଚନା ଚକ୍ରକୁ ମୈଥିଳୀ ସାହୁ, ଝରଣା ସାହୁ ପରିଚାଳନା କରିଥିଲେ।ଏଥିରେ ବିଦ୍ୟାଳୟ ର ଶତାଧିକ ଶିଶୁ, ସମସ୍ତ ଗୁରୁଜୀ ଗୁରୁମା ଓ ମଞ୍ଚାସୀନ ଅତିଥି ବୃନ୍ଦ ସକ୍ରିୟ ଭାବରେ ଭାଗ ନେଇଥିଲେ।ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର୍ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments