କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । ଫଳରେ ଘଟଣାସ୍ଥଳରେ ଟ୍ରେନ ରୁ ଡେଇଁବା କୁ ପ୍ରୟାସ କରି ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୪ ଜଣ ଯାତ୍ରୀ ଗୁରୁତର ଅବସ୍ଥା ରେ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହା ସହିତ ଅନ୍ୟ ଆହତ ଯାତ୍ରୀ ମାନଙ୍କୁ ଶୀଘ୍ର ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରି SCB ମେଡିକାଲ ରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବାହ୍ନ ପ୍ରାୟ ୧୧ଟା ୫୪ ମିନିଟ୍ରେ ଟ୍ରେନର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା , ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଘଟଣାସ୍ଥଳରେ କଟକ ଏସପି ପହଞ୍ଚି ସବୁ ଟ୍ରେନ ବଗି ର ନିରୀକ୍ଷଣ କରିଛନ୍ତି। ଯେଉଁ ଯାତ୍ରୀ ମାନେ ଆହତ ହୋଇଛନ୍ତି ସେମାନଙ୍କୁ ଶୀଘ୍ର ମେଡିକାଲ ରେ ଭର୍ତ୍ତି କରାଯାଉଛି। ଏ ପର୍ଯ୍ୟନ୍ତ ମୋଟ କେତେଜଣ ଆହତ ହୋଇଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ ରେଳବାଇ ବିଭାଗ ଦ୍ଵାରା ଷ୍ଟ୍ରେଚର୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ଯେଉଁ ଯାତ୍ରୀ ମାନେ ଏହି ଘଟଣା ଯୋଗୁଁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ପାରୁ ନାହାଁନ୍ତି ସେମାନଙ୍କ ପାଇଁ ଏକ ସ୍ପେସିଆଲ ଟ୍ରେନ ଭୁବନେଶ୍ୱର ରୁ ବାହାରି ଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। ତେବେ ଏ ନେଇ ସରକାର ଙ୍କ ଦ୍ଵାରା ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି
ଭୁବନେଶ୍ବର - ୮୪୫୫୮୮୫୯୯୯, ଭଦ୍ରକ -୯୪୩୭୪୪୩୪୬୯
କଟକ - ୮୯୯୧୧୨୪୨୩୮,ଖୋର୍ଦ୍ଧା - ୦୬୭୪୨୪୯୨୨୪୫ ।
0 Comments