ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହେବ 'ଆମ ବସ୍ ସେବା'


 ଝାରସୁଗୁଡ଼ା ସମେତ ଅନୁଗୁଳ, ଯାଜପୁର, କେଉଁଝର,ବାରିପଦା, ଜୟପୁର,ବାଲେଶ୍ଵର ଓ ରାୟଗଡ଼ା  ଜିଲ୍ଲାରେ  ଆରମ୍ଭ ହେବ 'ଆମ ବସ୍ ସେବା'। CRUT ର ୪୯ତମ ବୋର୍ଡ ବୈଠକରେ କରାଗଲା  ଏଭଳି ଘୋଷଣା ।

'ଆମ ବସ୍ ସେବା' ଝାରସୁଗୁଡ଼ା ସମେତ ଅନୁଗୁଳ, ଯାଜପୁର, କେଉଁଝର,ବାରିପଦା, ଜୟପୁର,ବାଲେଶ୍ଵର ଓ ରାୟଗଡ଼ା  ଜିଲ୍ଲାରେ  ଆରମ୍ଭ ହେବାକୁ ଯାଉଛି। CRUT ର ୪୯ତମ ବୋର୍ଡ ବୈଠକ ସମୟରେ ଏଭଳି ଘୋଷଣା କରାଯାଇଛି। ଉନ୍ନୟନ କମିଶନର ଏବଂ CRUTର ଅଧ୍ୟକ୍ଷା ଅନୁ ଗାର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ CRUT ର ୪୯ତମ ବୋର୍ଡ ବୈଠକରେ  ଝାରସୁଗୁଡ଼ା ସମେତ ଆହୁରି ୭ ଟି ଜିଲ୍ଲାରେ "ଆମ ବସ୍ ସେବା" ଆରମ୍ଭ ହେବ ବୋଲି  ଘୋଷଣା କରାଯାଇଛି। ଏହି ବୈଠକରେ ରାଜ୍ୟର ସାର୍ବଜନୀନ ପରିବହନ ନେଟୱାର୍କରେ ସୁରକ୍ଷା, ସେବା ଗୁଣବତ୍ତା ଏବଂ ସୁଗମତାକୁ ବୃଦ୍ଧି କରିବା ପାଇଁ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରଯାଇଥିଲା ।  ବୈଠକରେ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା। ଯାତ୍ରୀ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ, CRUT ବସ ର ଏକ ନିର୍ଦ୍ଧାରିତ ବେଗ ଯଥା: ଇଲେକ୍ଟ୍ରିକ୍ ବସ୍ 35 କିମି/ଘଣ୍ଟା, ଡିଜେଲ୍ ବସ୍ ସହର ରୁଟ୍‌ରେ 40 କିମି/ଘଣ୍ଟା  ଏବଂ ରାଜପଥରେ 50 କିମି/ଘଣ୍ଟା ପର୍ଯ୍ୟନ୍ତ ସୀମିତ ବେଗରେ ଚାଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଯାତ୍ରୀ ମାନଙ୍କ ପାଇଁ ନିରାପଦ ଡ୍ରାଇଭିଂ, ଆଚରଣଗତ ଦକ୍ଷତା, ଇଲେକ୍ଟ୍ରିକ୍ ବସ୍ ପରିଚାଳନା ଏବଂ ପ୍ରାଥମିକ ଚିକିତ୍ସା ଅଭ୍ୟାସ ଉପରେ ଧ୍ୟାନ ଦେଇ ନିୟମିତ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ଏହା ସହିତ ଉନ୍ନତ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ (ADAS) ଏବଂ ଡ୍ୟାସବୋର୍ଡ କ୍ୟାମେରା ପାଇଁ ପରୀକ୍ଷଣ ଚାଲିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ଦୁର୍ଘଟଣା ସମୀକ୍ଷା କମିଟି ଏବେ ସମସ୍ତ ଘଟଣାର ତଦନ୍ତ କରିବ ଏଥି ପାଇଁ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏକ ଟୋଲ୍-ଫ୍ରି ସହାୟତା ନମ୍ବର (18005700218)  ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଆରମ୍ଭ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ ସହିତ, CRUT ଏକ ସୁରକ୍ଷିତ, ଅଧିକ ନିର୍ଭରଯୋଗ୍ୟ ଏବଂ ଯାତ୍ରୀ-କୈନ୍ଦ୍ରିକ ସାର୍ବଜନୀନ ପରିବହନ ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସମଗ୍ର ରାଜ୍ୟରେ ଏହାର ପହଞ୍ଚ ଏବଂ ପ୍ରଭାବକୁ ବିସ୍ତାର କରିବ ବୋଲି CRUT ଅଧ୍ୟକ୍ଷା ଅନୁ ଗାର୍ଗ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done