ଏପ୍ରିଲ୍ ୧ ରୁ ୧୪ ଯାଏଁ ଧୁମ୍ ଧାମରେ ପାଳନ ହେବ ଓଡ଼ିଆ ପକ୍ଷ


 ଏପ୍ରିଲ 1 ରୁ 14 ଯାଏଁ ସାରା ଓଡ଼ିଶା ରେ ପାଳିତ ହେବ ଓଡ଼ିଆ ପକ୍ଷ। ଏ ନେଇ ସୂଚନା ଦେଲେ ସରକାର।

ସାରା ରାଜ୍ୟରେ ଏପ୍ରିଲ 1 ରୁ 14 ଯାଏଁ ଓଡ଼ିଆ ପକ୍ଷ ପାଳିତ ହେବାକୁ ଯାଉଛି। ଏପ୍ରିଲ 1 ରୁ ମହା ବିଷୁବ ସଂକ୍ରାନ୍ତି ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ। ଏହି ଅବସରରେ ଏପ୍ରିଲ  1 ରୁ 14  ତାରିଖ ଯାଏଁ ଓଡ଼ିଆ ପକ୍ଷ ବ୍ୟାନର ରେ ସାରା ରାଜ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ଏ ନେଇ ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗ କୁ ଚିଠି ଲେଖା ଯାଇଛି। ଏହି ପରିପ୍ରେକ୍ଷୀରେ ଏପ୍ରିଲ 1 ରେ ଓଡ଼ିଶା ଦିବସ ପାଳନ ହେବ ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ସାମିଲ ହେବେ। ଏପ୍ରିଲ 2 ତାରିଖରେ ଖଡ଼ି ଛୁଆଁ ଦିବସ ପାଳିତ ହେବ ଏବଂ ଏଥିରେ  ବିଦ୍ୟାଳୟ ର ଗଣ ଶିକ୍ଷା ବିଭାଗ ମହିଳା ଏବଂ ଶିଶୁ ବିକାଶ ବିଭାଗ ର ସମସ୍ତ ଅଧିକାରୀ ସାମିଲ ହେବେ। ଏହି କ୍ରମରେ 12 ତାରିଖ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ର ବରପୁତ୍ର ମାନଙ୍କ ସଂପର୍କରେ ସାରା ରାଜ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ କରାଯିବ। ସେହି ପରି ଏପ୍ରିଲ 13 ରେ ପଞ୍ଚାୟତ ରାଜ ବିଭାଗ , ସହର ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ  ପାରମ୍ପରିକ ଖାଦ୍ୟ ଦିବସ ଆୟୋଜିତ ହେବ ଏବଂ ଏପ୍ରିଲ   14 ରେ ନବବର୍ଷ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଝୁଟି ଚିତା ମୁରୁଜ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ କରାଯିବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done