ତାତି ରେ ଜଳୁଛି ଝାରସୁଗୁଡ଼ା


 ତାତି ରେ ଜଳୁଛି ଝାରସୁଗୁଡ଼ା । ଦିନ ୧୧ ଟାରୁ ଦିନ ଚାରି ଟା ପର୍ଯ୍ୟନ୍ତ ଅନୁଭୂତ ହେଉଛି ଭୀଷଣ ଗରମ । ଆଜି ଠାରୁ  ଆସନ୍ତା କାଲି ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ୨ ଟା ୩୦ ରେ ସମ୍ବଲପୁର ସହରରେ ପାରଦା ୪୨ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ଝାରସୁଗୁଡ଼ା ଏବଂ ହୀରାକୁଦରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଉରକେଲା ରେ ୩୮.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା କାଲି ମଧ୍ୟ ପଶ୍ଚିମ ଓଡ଼ିଶା ଖରା ଦାଉ ରେ ଜଳିବ । ପଶ୍ଚିମ ସହିତ ପୂର୍ବ ଉପକୂଳରେ ଭୀଷଣ ଗରମ ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବ ଅନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ପାଇଁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର , ବୌଦ୍ଧ,ସମ୍ବଲପୁର, ଝାରସୁଗୁଡ଼ା ଏବଂ ଢେଙ୍କାନାଲ ହିଟ୍ ୱେଭ୍ ଆଲର୍ଟ କରାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done