ଝାରସୁଗୁଡା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଓ ତାପମାତ୍ରା ବୃଦ୍ଧିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି


 ରାଜ୍ୟରେ ଝାରସୁଗୁଡ଼ା ସମେତ ୮ ଟି ଜିଲ୍ଲାରେ ୪୧ ଡିଗ୍ରୀ ତାପମାତ୍ରା । ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା  ପାଲଟିଛି।

ରାଜ୍ୟରେ କାଳ ବୈଶାଖୀ ଯୋଗୁଁ ଗ୍ରୀଷ୍ମ ଲହରୀ ରୁ କିଛିଟା ଶାନ୍ତି ମିଳିବା ପରେ ଏବେ ପୁଣି ପାରଦ ୪୧ ଡିଗ୍ରୀ ଛୁଇଁଲାଣି। ତେବେ ଆସନ୍ତା ୩୦ ତାରିଖ ରବିବାର ଦିନ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଏବଂ ତାପମାତ୍ରା ବୃଦ୍ଧିକୁ ନେଇ  ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।ଗ୍ରୀଷ୍ମ ଲହରୀ ନେଇ ପୂର୍ବାନୁମାନ କରି ଏହି ୟେଲୋ ଏଲର୍ଟ ଜାରି କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଖରାର ପ୍ରଭାବ ବୃଦ୍ଧି ସହିତ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅଂଶୁଘାତ ଆଦିକୁ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done