ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ସ୍ଵାମୀ ତେଜରାଜ ସାହୁ ପାଟିତୁଣ୍ଡ କରିବା ସହ ପିଆର୍ଆଇ ସଦସ୍ୟଙ୍କୁ ଦୁର୍ବ୍ଯବହାର କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଜୀବନ କୁବିପଡ ଥିବା ଭଳି ଅଭିଯୋଗ ପିଆର୍ଆଇ ସଦସ୍ୟ ମାନେ ପ୍ରଶାସନକୁ ଲିଖିତ ଜଣାଇଥିବା କହିଛନ୍ତି। ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟ ପିଆର୍ଆଇ ସଦସ୍ୟମାନେ ମଧ୍ୟ ଉପସ୍ଥିତ ହୋଇଥିଲେ । କିନ୍ତୁ ସେତିକି ବେଳେ ବିଡିଓ ଙ୍କ ଅଫିସ ରେ ଅନ୍ୟ ସରପଞ୍ଚ ସଦସ୍ୟ ଙ୍କୁ ଦେଖି କୃଷ୍ଣପ୍ରିୟା ସାହୁଏବଂ ତାଙ୍କ ସ୍ଵାମୀ ତେଜରାଜ ସାହୁ ସମେତ ୫୦-୬୦ ଜଣ ଲୋକ ପାଟିତୁଣ୍ଡ ଆରମ୍ଭ କଲେ। ବିଡିଓ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଅସଫଳ ହୋଇଥିଲେ।ଏହା ସହିତ ସେମାନେ ଅନ୍ୟ ସମୟରେ ବି ବ୍ଲକ୍କୁ ଯିବାଆସିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଗୁଣ୍ଡାମାନେ ମହିଳା ପିଆରଆଇ ମେମ୍ବରଙ୍କୁ ଖରାପ ନଜରରେ ଦେଖୁଥିବା ଅଭିଯୋଗ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, କିମିରା ଜିଲ୍ଲା ପରିଷଦ ସଭ୍ୟ ରୀତା ବାଗ ସମେତ ଅନ୍ୟାନ୍ୟ ପିଆର୍ଆଇ ସଦସ୍ୟ ମାନେ ଉପସ୍ଥିତ ଥିଲେ।
0 Comments