ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ ILO ର ତତ୍ତ୍ୱାବଧାନରେ SIYB ସଙ୍ଘ , IED , ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ,ଓଡ଼ିଶା ସରକାର ଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସଭାଗୃହ ରେ ୧୨ ଦିନିଆ ଉଦ୍ୟୋଗୀ ବିକାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।
ଉକ୍ତ ତାଲିମ କେନ୍ଦ୍ରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ, ପ୍ରତିଷ୍ଠିତ ଉଦ୍ୟୋଗୀ ପବନ କୁମାର ସୁଲତାନୀୟା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାର ଆସିଥିବା ୩୦ ଜଣ ମହିଳା ଓ ପୁରୁଷ ଉଦ୍ୟୋଗୀ ମାନଙ୍କୁ ଉଦ୍ୟୋଗିକରଣ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ।
ଏହି ଉଦ୍ୟୋଗୀ ବିକାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୨ ଦିନ ଯାଏଁ ରହିବ ଏବଂ ଏଥିର ଜିଲ୍ଲାର ସମସ୍ତ ବର୍ଗର ଆହୁରି ଉଦ୍ୟୋଗୀ ମାନଙ୍କୁ କିପରି ସାମିଲ କରାଯିବ ସେ ନେଇ ପ୍ରଚେଷ୍ଟା ଚାଲିଛି।
0 Comments