ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ଉତ୍କର୍ଷ ଓଡିଶା ସମ୍ମିଳନୀ


 ଉତ୍କର୍ଷ ଓଡିଶା କନକ୍ଲେଭରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ,ଓଡିଶାରେ ନିବେଶ ପାଇଁ ଏହା ପ୍ରକୃଷ୍ଟ ସମୟ।

ଭୁବେଶ୍ବରଠାରେ ଚାଲିଥିବା ଉତ୍କର୍ଷ ଓଡିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀ ଯୋଗଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମ ପରେ ଏହା ତାଙ୍କର ଓଡ଼ିଶାକୁ ଦ୍ବିତୀୟ ଗସ୍ତ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଓଡ଼ିଶା ର ଉନ୍ନତି ତଥା ଦେଶର ବିକାଶ ରେ ଓଡ଼ିଶା ର ଭୂମିକା ଉପରେ ଉଦବୋଧନ ଦେଇଥିଲେ। ଇତିହାସ ସାକ୍ଷୀ ଅଛି ଗ୍ଲୋବାଲ ଗ୍ରୋଥରେ ଯେତେବେଳେ ଭାରତର ଅଂଶ ରହିଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ପୂର୍ବ ଭାରତରେ ଦେଶର ବଡ ବଡ ଇଣ୍ଡଷ୍ଟ୍ରିଆଲ ହବ୍ ଥିଲା । ଓଡିଶା ସାଉଥ ଇଷ୍ଟ ଏସିଆରେ ହେବାକୁ ଥିବା ଟ୍ରେଡର ପ୍ରମୁଖ ସେଣ୍ଟର ଥିଲା । ଏହାର ପ୍ରାଚୀନ ପୋର୍ଟ ଭାରତର ଗେଟଓ୍ବେ ଥିଲା । ସେହିପରି କଟକର ଐତିହାସିକ ବାଲିଯାତ୍ରା କଥା ଉଠାଇ  । ଓଡିଶାରେ ଏହା ସବୁଠାରୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ନିକଟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ,ସିଙ୍ଗାପୁର ଓଡିଶା ସହ ସମ୍ପର୍କକୁ ନେଇ ବହୁତ ଉତ୍ସାହିତ ଅଛି। ତେବେ ଆଜି ଏହି କ୍ଷେତ୍ରରେ ସମ୍ଭାବନାର ଏତେ ଦ୍ୱାର ଖୋଲିଛି, ଯାହା ସ୍ବାଧୀନତା ପରେ କେବେ ଖୋଲିନଥିଲା । ସେ କହିଛନ୍ତି "ଆଜି ଏଠାରେ ଥିବା ସମସ୍ତ ନିବେଶକଙ୍କୁ ମୁଁ ଆହ୍ବାନ କରୁଛି । ଏହି ସମୟ ଅଛି ଆଉ ଏହା ସଠିକ ସମୟ ଅଛି । ଓଡିଶାର ଏହି ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା । ଏହା ମୋଦୀର ଗ୍ୟାରେଣ୍ଟି।" ଏବେ ଭାରତ ବଦଳୁଛି । ଏଠାରେ ସମୁଦ୍ରରୁ ସାମୁଦ୍ରିକ ଖାଦ୍ୟ ବାହାରି ପ୍ରୋସେସ ହେଇ ବଜାରରେ ପହଞ୍ଚିବ । ଓଡିଶାରେ ବି ଯେଉଁ ସାମଗ୍ରୀ ଅଛି, ତା ସହ ଜଡିତ ଇଣ୍ଡଷ୍ଟ୍ରି ବି ଏଠାରେ ନିର୍ମିତ ହେବ  । ଏହି ଦିଗରେ ଆମ ସରକାର କାମ କରୁଛି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀ ଙ୍କୁ ଆଶ୍ଵାସନା ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done